www.samajalive.in
Monday, December 15, 2025
16.1 C
Bhubaneswar

ଚାଇନିଜ୍ ଭେଲ

ଆବଶ୍ୟକୀୟ ସାମଗ୍ରୀ: ସିଝା ନୁଡୁଲ୍ସ, ଗୋଟିଏ କଟା ପିଆଜ, ୫୦ ଗ୍ରାମ କଟା ବନ୍ଧାକୋବି, ଗୋଟିଏ କଟା ଗାଜର, ଗୋଟିଏ ଶିମିଲା ଲଙ୍କା, କଞ୍ଚାଲଙ୍କା, ୨-୪ ରସୁଣ, ଅଳ୍ପ କଟା ପିଆଜ ସଣ୍ଢା, ଅଳ୍ପ କର୍ଣ୍ଣଫ୍ଲୋର, ସ୍ବାଦଅନୁଯାୟୀ ଲୁଣ, ଏକ ଚାମଚ ସେଜୱନ ସସ୍, ୧/୨ ଚାମଚ ଚିଲି ସସ୍, ଏକ ଚାମଚ ଟମାଟୋ ସସ୍, ୧/୨ ଚାମଚ ସୋୟା ସସ୍, ୧/୨ ଚାମଚ ଭିନେଗାର

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ସିଝା ନୁଡୁଲ୍ସରେ ଲୁଣ ଓ ଅଳ୍ପ କର୍ଣ୍ଣଫ୍ଲୋରେ ଗୋଳାନ୍ତୁ । ପରେ ଗ୍ୟାସରେ ଏକ କଡେଇ ବସାଇ ତେଲ ଗରମ କରନ୍ତୁ । ସେଥିରେ ନୁଡୁଲ୍ସକୁ ପକାଇ ବାଦାମୀ ରଙ୍ଗ ହେବା ଯାଏଁ ଛାଣନ୍ତୁ । ପରେ ଅନ୍ୟ ଏକ ପ୍ୟାନ ଚୁଲାରେ ବସାଇ ଅଳ୍ପ ତେଲ ଗରମ କରନ୍ତୁ । ସେଥିରେ କଟା ରସୁଣ ଓ ଲଙ୍କା ପକାଇ ଭାଜନ୍ତୁ । ପରେ ସେଥିରେ ଗାଜର ଓ କଟା ପିଆଜ ପକାଇ ଭାଜନ୍ତୁ । ଅଳ୍ବ ସମୟ ପରେ ସେଥିରେ କଟା କ୍ୟାପ୍ସିକମ୍ ଓ କଟା ବନ୍ଧା କୋବି ପକାନ୍ତୁ । ପରିବା ହଲକା ଭାଜି ହୋଇଗଲା ପରେ ଶେଷରେ କଟା ପିଆଜ ସଣ୍ଢା ବା ସ୍ପ୍ରିଙ୍ଗ ଓନିୟନ ପକାଇ ଭଲକି ଗୋଳାନ୍ତୁ । ବର୍ତ୍ତମାନ ଚୁଲା ବନ୍ଦ କରି ପରିବା ମିଶ୍ରଣକୁ ଥଣ୍ଡା ଦେବା ପାଇଁ ଛାଡି ଦେବେ । ତା ପରେ ଏକ ପାତ୍ରରେ ପରିବା ମିଶ୍ରଣକୁ ନେଇ ସେଥିରେ ଏକ ଚାମଚ ସେଜୱନ ସସ୍, ୧/୨ ଚାମଚ ଚିଲି ସସ୍, ୧ ଚାମଚ ଟମାଟୋ ସସ୍, ୧/୨ ଚାମଚ ସୋୟା ସସ୍, ୧/୨ ଚାମଚ ଭିନେଗାର ଓ ଅଳ୍ପ ଲୁଣ ପକାଇ ଭଲକି ଗୋଳାଇ ଦିଅନ୍ତୁ ।  ପରେ ଛଣା ନୁଡୁଲ୍ସକୁ ହାତରେ ଅଳ୍ପ ଗୁଣ୍ଡ କରି ସେଥିରେ ପକାନ୍ତୁ । ଏହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ନୁଡୁଲ୍ସ ଭେଲ ।

- Advertisement -

ସୂଚନା: ପରିବା ଥଣ୍ଡା ହେଲା ପରେ ସେଥିରେ ନୁଡୁଲ୍ସ ପକାଇବେ ନହେଲେ ନୁଡୁଲ୍ସ ନରମି ଯିବ ଏବଂ ତାର ଟେଷ୍ଟ ଖରାପ ହେବ । ଭିନେଗାର ବଦଳରେ ଆପଣ ଲେମ୍ବୁ ରସ ମଧ୍ୟ ବ୍ୟବହାର କରିପାରିବେ ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories