www.samajalive.in
Thursday, December 11, 2025
16.1 C
Bhubaneswar

କଳାହାଣ୍ଡିରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

କଳାହାଣ୍ଡି : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୋମବାର କଳାହାଣ୍ଡି ଜିଲା ଗସ୍ତରେ ଆସି ଜିଲାରେ ଶିକ୍ଷା ବ୍ୟବସ୍ଥାର ସ୍ଥିତିସମୀକ୍ଷା କରିଥିଲେ। ଜିଲାପାଳଙ୍କ ସମ୍ବିଳନୀ କକ୍ଷରେ ଅନୁଷ୍ଟିତ ସମୀକ୍ଷା ବୈଠକରେ କଳାହାଣ୍ଡି ଜିଲ୍ଲାପାଳ ଡ଼ ଗାଭାଳି ପ୍ରରାଗ ହର୍ଷଦ, ଜିଲ୍ଲା ଶିକ୍ଷାଧିକାରୀ, ସମସ୍ତ ବ୍ଲକ ଶିକ୍ଷାଧିକାରୀ ଯୋଗଦେଇଥିଲେ। ମାଟ୍ରିକ ପରୀକ୍ଷା ପ୍ରସ୍ତୁତି ସମ୍ପର୍କରେ ମନ୍ତ୍ରୀ ଅଧିକାରୀମାନଙ୍କୁ ପଚାରି ବୁଝିଥିଲେ। ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାରେ ୧୦୩ଟି ପରୀକ୍ଷା କେନ୍ଦ୍ର ଓ ୨୩ଟି ପ୍ରଶ୍ନପତ୍ର ନୋଡାଲ କେନ୍ଦ୍ର କରାଯାଇଛି। ଏଥିସହ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ଗୁଡିକରେ ସିସିଟିଭି ବ୍ୟବସ୍ଥା କରାଯାଇଛି। ପରୀକ୍ଷାକୁ ସୁଚାରୁ ରୁପେ ପରିଚାଳନା କରିବା ପାଇଁ ମନ୍ତ୍ରୀ ସମୀର ଦାସ ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ। ଏଥିସହ ଜିଲାରେ ଥିବା ଆଦର୍ଶ ବିଦ୍ୟାଳୟ ଗୁଡିକରେ ଛାତ୍ରୀ ନିବାସଗୁଡିକରେ ସମସ୍ୟା ରହିଛି ଏବଂ ସରକାର ଏହି ସ୍କୁଲ ଗୁଡିକର ଛାତ୍ରୀନିବାସ ନିର୍ମାଣ ପାଇଁ ବ୍ୟବସ୍ଥା କରୁଛନ୍ତି । ସେହିପରି ଜିଲ୍ଲାର କେତେକ ଉନ୍ନତି ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ସମସ୍ୟ ରହିଛି ଯାହାକୁ ଜିଲ୍ଲାସ୍ତରରେ ଜିଲ୍ଲା ଶିକ୍ଷା ଅଧିକାରୀ, ଛାତ୍ର ଶିକ୍ଷକ ଅନୁପାତରେ ବ୍ୟବସ୍ଥା କରିବାକୁ ମନ୍ତ୍ରୀ ନିର୍ଦେଶ ଦେଇଥିଲେ।ଏହାସହ ଡ଼ିଇଓ, ବିଇଓ, ଏବିଇଓ ଓ ସିଆରସିସିମାନଙ୍କୁ ସ୍କୁଲ ମନିଟରିଂ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ନିର୍ଦେଶ ଦେଇଥିଲେ। ବିଶେଷ କରି ଆଗାମୀ ମାଟ୍ରିକ ପରୀକ୍ଷା ପରିଚାଳନାରେ କୌଣସି ତ୍ରୁଟି ବିଚ୍ୟୁତି ଦେଖାଦେଲେ ସମ୍ପୃପ୍ତ ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟ ଓ ଶିକ୍ଷକମାନଙ୍କ ବିରୋଧରେ ଦୃଢ କାର୍ୟ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ତାଗିଦ କରିଥିଲେ।।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories