www.samajalive.in
Saturday, December 6, 2025
14.1 C
Bhubaneswar

ଚାଇନା ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ୱେବସାଇଟ୍‍ ହ୍ୟାକ୍‍ କରିବା ଉଦ୍ୟମ ଜାରି ରଖିଛି

କୋଲକାତା: ଚାଇନା ସରକାର ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ସହିତ ଅନ୍ୟାନ୍ୟ ବହୁ ମନ୍ତ୍ରଣାଳୟର ୱେବସାଇଟ୍‍ ହ୍ୟାକ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ସେମାନେ ଟାର୍ଗେଟ କରିଛନ୍ତି। ତାହାସହିତ ଭାରତର କେତେକ ଏରୋସ୍ପେଶ୍‍ କମ୍ପାନୀ ମଧ୍ୟ ଏହି ସଂସ୍ଥାଗୁଡିକର ଟାର୍ଗେଟରେ ରହିଥିବା କହିଛନ୍ତି ଚାଇନା ଗୁପ୍ତଚର। ଏଥିପାଇଁ ଚାଇନାର ବହୁ ସଂସ୍ଥାକୁ ନିୟୋଜିତ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ବିଏସଏନଏଲ ସହିତ ସଂପୃକ୍ତ ବେଙ୍ଗାଲୁରୁସ୍ଥିତ ଏକ ଆଇଟି ସଂସ୍ଥାକୁ
ବାଂଲାଦେଶ ଦେଇ ଭାରତ ମଧ୍ୟକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରିବା ସମୟରେ ସୀମା ସୁରକ୍ଷା ବାହିନୀ ହାତରେ ଧରାପଡିଥିବା ଏହି ଚାଇନା ଗୁପ୍ତଚରଙ୍କୁ ସଂପ୍ରତି ସ୍ୱତନ୍ତ୍ର ଟାସ୍କଫୋର୍ସ (ଏସଟିଏଫ) ଜେରା କରୁଛି। ଜେରା ସମୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଗିରଫ ଏହି ଯୁବକଙ୍କ ନାମ ଜୁନୱି ଏବଂ ତାଙ୍କର ଉକ୍ତ ସଂସ୍ଥାଗୁଡିକ ସହିତ ସଂପର୍କ ଅଛି କି ନାହିଁ ତାହା ଏସଟିଏଫ ଅନୁଧ୍ୟାନ କରୁଛି। ତାଙ୍କ ନିକଟରୁ ଜବତ ହୋଇଥିବା ଦାମୀ ମୋବାଇଲ ଫୋନ ଏବଂ ଲାପଟପକୁ ଖୋଲି ସେଥିରେ କଣ ସବୁ ରହିଛି ତାହା ଜାଣିବାକୁ ଚେଷ୍ଟା କରୁଛି ତଦନ୍ତକାରୀ ସଂସ୍ଥା। ଭାରତ ମଧ୍ୟକୁ ପ୍ରବେଶ କରିବା ପରେ ସେ କେଉଁଠାକୁ ଯାଇଥାନ୍ତା ତାହା ଏପର୍ଯ୍ୟନ୍ତ ସଠିକ ଜଣାପଡିନାହିଁ। ଭାରତ ସୀମାକୁ ପ୍ରବେଶ କରିବା ପରେ ତାଙ୍କୁ କେହି ଜଣେ ଲୁଚାଇ ରଖିବାକୁ ଅପେକ୍ଷା କରିଥିବା ଏବଂ ସେ ସମ୍ଭବତଃ ମାଲଦା ଜିଲାର ବାସିନ୍ଦା ହୋଇଥାଇପାରନ୍ତି ବୋଲି ଏସଟିଏଫର ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। ଏପରିକି ମାଓବାଦୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାରେ ତାଙ୍କର ଭୂମିକା ରହିଥିବା ସନ୍ଦେହ କରାଯାଉଛି।
ଏହି ବ୍ୟକ୍ତିଙ୍କ ଘର ଚୀନର ହୁବେଇ ପ୍ରଦେଶରେ ହୋଇଥିବା ବିଶ୍ୱାସ କରାଯାଉଛି। ବିଏସଏଫ ହାତରେ ଧରାପଡିବା ପରେ ଜୁନେୱି ଜେରା ସମୟରେ କହିଥିଲେ ଯେ ସେ ଓ ତାଙ୍କ ସହଯୋଗୀମାନେ ପ୍ରାୟ ୧୩୦୦ ଭାରତୀୟ ସିମ୍‍ କାର୍ଡ ତାଙ୍କ ଦେଶକୁ ଚୋରାରେ ଚାଲାଣ କରିଛନ୍ତି। ଏହି ସିମ୍‍ କାର୍ଡଗୁଡିକୁ ଭାରତୀୟ ୱେବସାଇଟ ହ୍ୟାକ୍‍ କରିବା ଏବଂ ଆର୍ଥିକ ଜାଲିଆତି କରିବା ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories