www.samajalive.in
Monday, December 15, 2025
15.1 C
Bhubaneswar

ଚୀନ୍‌ ଚଳାଇଲା ବିଶ୍ବର ଦ୍ରୁତତମ ରେଳ

ବେଜିଂ: ଭୂପୃଷ୍ଠରେ ଚଳାଚଳ କରୁଥିବା ସବୁଠୁ ଦ୍ରୁତତମ ଗାଡ଼ିର ଚଳାଚଳ ଆରମ୍ଭ କରିଛି ଚୀନ୍‌। ଦ୍ରୁତଗତି ରେଳ ଗାଡ଼ି ଚଳାଇବାରେ ସୁନାମ ଅର୍ଜନ କରିଥିବା ଏହି ଦେଶରେ ମଙ୍ଗଳବାର ‘ମାଗଲେଭ୍‌ ଟ୍ରେନ୍‌’ ଚଳାଚଳ ଆରମ୍ଭ କରିଛି। ବୈଦ୍ୟୁତିକ ଓ ଚୁମ୍ବକୀୟ ଶକ୍ତି ସହାୟତାରେ ଚାଲୁଥିବା ଏହି ରେଳ ବୁଲେଟ୍‌ ବା ଗୁଳିଠାରୁ ବି ଅଧିକ ବେଗରେ; ଅର୍ଥାତ୍‌ ଘଣ୍ଟା ପ୍ରତି ସର୍ବାଧିକ ୬୦୦ କିଲୋମିଟର (କିମି) ବେଗରେ ଯାତ୍ରା କରିବ। ଏହା ଚାଲିଲାବେଳେ ରେଳ ଧାରଣା ସହିତ ଗାଡ଼ିର ସମ୍ପର୍କ ପ୍ରାୟତଃ ରହିବ ନାହିଁ।

- Advertisement -

ବସ୍ତୁତଃ ଏହା ଯେମିତି ମାଟି ଉପରେ ଉଡ଼ିବ। ଉପକୂଳ ସହର କ୍ବିଙ୍ଗଡାଓଠାରେ ମଙ୍ଗଳବାର ଏହା ପ୍ରଥମ ଚଳାଚଳ ଆରମ୍ଭ କରିଛି। ନୂଆ ମାଗଲେଭ୍‌ ରେଳରେ ବେଜିଂରୁ ସାଙ୍ଘାଇକୁ ୧ହଜାର କିଲୋମିଟରରୁ ଅଧିକ ରାସ୍ତା ମାତ୍ର ଅଢ଼େଇ ଘଣ୍ଟାରେ ଅତିକ୍ରମ କରିହେବ। ଏହି ଦୂରତା ଅତିକ୍ରମ କରିବା ପାଇଁ ବିମାନରେ ୩ଘଣ୍ଟା ଲାଗୁଥିବାବେଳେ ପ୍ରଚଳିତ କ୍ଷିପ୍ର ଗତିଶୀଳ ରେଳରେ ସାଢ଼େ ୫ଘଣ୍ଟା ଲାଗୁଛି। ଚୀନ୍‌ ‘ମାଗଲେଭ’ ଜ୍ଞାନକୌଶଳ ପ୍ରାୟ ଦୁଇ ଦଶନ୍ଧି ଧରି ଉପଯୋଗ କରିଆସୁଛି। ପୂର୍ବରୁ ଏହାକୁ ନିୟନ୍ତ୍ରିତ ଢ଼ଙ୍ଗରେ ବ୍ୟବହାର କରାଯାଉଥିବାବେଳେ ସାଙ୍ଘାଇରେ ଏହି ଜ୍ଞାନକୌଶଳରେ ରେଳ ଚଳାଚଳ କରୁଛି। ଏବେ ଚେଙ୍ଗଡୁରେ ଏହାର ପରୀକ୍ଷାନିରୀକ୍ଷା ଚାଲିଛି। ବୁଲେଟ୍‌ ଟ୍ରେନ୍‌ ପାଇଁ ପ୍ରସିଦ୍ଧ ଅନ୍ୟତମ ରାଷ୍ଟ୍ର ଜାପାନ ଏବେ ମାଗଲେଭ୍‌ ରେଳ ଚଳାଇବା ପ୍ରୟାସ ଜାରି ରଖିଥିବାବେଳେ ଜର୍ମାନୀ ମଧ୍ୟ ଏଥିପାଇଁ ଭିତ୍ତିଭୂମି ବିକାଶ କରାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories