www.samajalive.in
Saturday, December 6, 2025
17.1 C
Bhubaneswar

ଭାରତ-ଚୀନ ଶତ୍ରୁ ନୁହନ୍ତି, ସହଯୋଗୀ

ତିଆନଜିନ୍‌: ଭାରତ ଓ ଚୀନ ପରସ୍ପରର ଶତ୍ରୁ ନୁହନ୍ତି; ପରସ୍ପରର ସହଯୋଗୀ। ଏଥିପାଇଁ ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କ ଏବେ ଦ୍ରୁତ ଉନ୍ନତି ଆସିବାରେ ଲାଗିଛି ବୋଲି ଉଭୟ ରାଷ୍ଟ୍ର ସ୍ବୀକାର କରିଛନ୍ତି। ରବିବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ମଧ୍ୟରେ ହୋଇଥିବା ଦ୍ବିପାକ୍ଷିକ କଥାବାର୍ତ୍ତାରେ ଏପରି ସମ୍ମତି ପ୍ରକାଶ ପାଇଛି। ଉଭୟ ମୋଦୀ ଓ ଜିନ୍‌ପିଙ୍ଗ ପରସ୍ପରକୁ ନିଜର ସହଯୋଗୀ ମନେ କରିବା ସହିତ ଦ୍ବିପାକ୍ଷିକ ସମ୍ପର୍କରେ ଦ୍ରୁତ ଉନ୍ନତି ଆସୁଥିବା କହିଛନ୍ତି। ଦୁଇ ଦେଶ ମଧ୍ୟରେ ମତଭେଦକୁ ଆପୋସ ଆଲୋଚନାରେ ସମାଧାନ କରାଯାଇ ସମ୍ପର୍କକୁ ପରସ୍ପରର ବିଶ୍ବାସ ଭାଜନ ହେବାରେ ଲାଗିଛନ୍ତି। ସାଙ୍ଘାଇ ସମନ୍ବୟ ସଙ୍ଗଠନ(ଏସ୍‌ସିଓ) ସମ୍ମିଳନୀରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ଚୀନ ଗସ୍ତ କରିଥିବାବେଳେ ଜିନ୍‌ପିଙ୍ଗଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି। କଥାବାର୍ତ୍ତା ପରେ ଭାରତର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଦୁଇ ନେତା ଦ୍ବିପାକ୍ଷିକ ସମ୍ପର୍କରେ ହେଉଥିବା ସକାରାତ୍ମକ ଉନ୍ନତିକୁ ସ୍ବାଗତ କରିଛନ୍ତି। ୨୦୨୪ ଅକ୍ଟୋବରରେ ରୁଷ୍‌ର କାଜାନରେ ମୋଦୀ ଓ ଜିନ୍‌ପିଙ୍ଗଙ୍କ ସାକ୍ଷାତ ପରେ ଦୁଇ ଦେଶର ସମ୍ପର୍କରେ ଅନେକ ଉନ୍ନତି ଆସିଥିବାକୁ ଉଭୟ ସ୍ବୀକାର କରିଛନ୍ତି। ସେମାନେ କହିଛନ୍ତି ଯେ ଦୁଇ​‌ ଦେଶ ମଧ୍ୟରେ ସୃଷ୍ଟି ହେଉଥିବା ମତଭେଦ ବିବାଦର ରୂପ ନେବା ଉଚିତ୍ ନୁହେଁ। ସୀମା ପାର ଆତଙ୍କବାଦ ପ୍ରସଙ୍ଗ ମଧ୍ୟ ଉଭୟଙ୍କ ଆଲୋଚନାରେ ସ୍ଥାନ ପାଇଥିଲା।

ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ପରସ୍ପରର ଉଦ୍‌ବେଗ ଓ ସ୍ବାର୍ଥକୁ ସମ୍ମାନ ପ୍ରଦାନ ଦ୍ବାରା ଭାରତ ଓ ଚୀନ ସମ୍ପର୍କରେ ନିବିଡତା ଆସିପାରିବ। ଏହି ନିବିଡତା ଦ୍ବାରା ଦୁଇ ଦେଶର ୨୮୦ କୋଟି ନାଗରିକଙ୍କ ସ୍ବାର୍ଥ ସାଧନ ହୋଇପାରିବ। ଦୁଇ ଦେଶର ସମ୍ପର୍କ କେବଳ ଦୁଇ ଦେଶ ନୁହେଁ ବରଂ ଏସିଆ ମହାଦେଶ ସମେତ ଓ ସମଗ୍ର ବିଶ୍ବରେ ଅନେକ ଉନ୍ନତି ଆଣିପାରିବ। ଜିନ୍‌ପିଙ୍ଗ ମଧ୍ୟ ତାଙ୍କ ମନ୍ତବ୍ୟରେ ଉଭୟ ଦେଶର ସମ୍ପର୍କ ଦୀର୍ଘସ୍ଥାୟୀ ହେବା ଉପରେ ଗୁରୁତ୍ବାରୋପ କରିଥିଲେ। ସୀମାରେ ସୃଷ୍ଟି ହେଉଥିବା ମତଭେଦ ଦ୍ବିପାକ୍ଷିକ ସମ୍ପର୍କକୁ ପ୍ରଭାବିତ କରିବା ଉଚିତ୍ ନୁହେଁ। ଦୁଇ ଦେଶର ପରସ୍ପର ମଧ୍ୟରେ ବାଣିଜ୍ୟ ଓ ଆର୍ଥିକ ସମ୍ପର୍କକୁ ନିବିଡି କରିବାକୁ ସମ୍ମତି ପ୍ରକାଶ କରିଛନ୍ତି। ମୋଦୀ ଓ ଜିନ୍‌ପିଙ୍ଗଙ୍କ ଆଜିର ଦ୍ବିପାକ୍ଷିକ ବୈଠକରେ ଉଭୟ ଦେଶର ବିଭିନ୍ନ ପ୍ରତିନିଧି ଉପସ୍ଥିତ ରହିଥିଲେ। ଦୀର୍ଘ ୭ବର୍ଷ ପରେ ମୋଦୀ ଚୀନ ଗସ୍ତ କରିଛନ୍ତି। ଆଜିର ସାକ୍ଷାତ କାଳରେ ଜିନ୍‌ପିଙ୍ଗଙ୍କୁ ମୋଦୀ ଭାରତ ଆସିବା ଲାଗି ନିମନ୍ତ୍ରଣ କରିଥିଲେ। ୨୦୨୬ରେ ଭାରତରେ ଆୟୋଜିତ ହେଉଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ଲାଗି ଜିନପିଙ୍ଗଙ୍କୁ ମୋଦୀ ଆମନ୍ତ୍ରଣ କରିଥିଲେ। ୨୦୨୦ ଗଲୱାନ ସଂଘର୍ଷ ପରେ ଭାରତ ଓ ଚୀନ ସମ୍ପର୍କରେ ତିକ୍ତତା ଲାଗି ରହିଥିଲା। ଏହାକୁ ନେଇ ପୂର୍ବ ଲଦାଖ ସୀମାରେ ଦୁଇ ଦେଶ ସେନା ମୁହଁାମୁହିଁ ଅବସ୍ଥାରେ ରହିଥିଲେ। ତେବେ ୨୦୨୪ରେ ଏହି ତିକ୍ତତାରେ ଉନ୍ନତି ଆସିଥିଲା। ଦୁଇ ଦେଶର ସାମରିକ ଅଧିକାରୀସ୍ତରରେ ନିୟମିତ କଥାବାର୍ତ୍ତା ପରେ ସୀମାରେ ଉଭୟ ପକ୍ଷ ନିଜର ସୈନ୍ୟ ପ୍ରତ୍ୟାହାର କରିଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories