www.samajalive.in
Friday, December 5, 2025
20.1 C
Bhubaneswar

ଆଜି ପ୍ରଚଳନ ହେବ ଆଦିବାସୀ ଭାଷା ଅନୁବାଦ ଆପ୍‌

ନୂଆଦିଲ୍ଲୀ : କୃତ୍ରିମ ବୁଦ୍ଧିମତାକୁ ଆଧାର କରି ଆଦିବାସୀ ଭାଷାର ଅନୁବାଦ ନିମନ୍ତେ ଉଦ୍ଦିଷ୍ଟ ଆପ୍‌ (ଆଦି ବାଣୀ)କୁ ଆଜି ପ୍ରଚଳନ କରାଯିବ ବୋଲି ଜଣାପଡିଛି। ଦେଶର ସବୁ ଆଦିବାସୀ ଅଧ୍ୟୁଷିତ ଜିଲାରେ ‘ଆଦି କର୍ମଯୋଗୀ’ ଅଭିଯାନର ଅଂଶବିଶେଷ ଭାବେ ଏହି ଆପ୍‌କୁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯିବ। ବିଗତ ଏକ ବର୍ଷ ଧରି ଏହି ଆପ୍‌ ସଂକ୍ରାନ୍ତରେ ମନ୍ତ୍ରଣାଳୟ ପକ୍ଷରୁ ଉଦ୍ୟମ ଜାରି ରହିଛି। ତଦନୁଯାୟୀ ଏହି ଆପ୍‌ ଜରିଆରେ ଭିଲ୍ଲି (ଭିଲ୍‌ ଭାଷା), ମୁଣ୍ଡାରି (ମୁଣ୍ଡା ଭାଷା), ଗୋଣ୍ଡି (ଗୋଣ୍ଡ୍‌ ଭାଷା), ସାନ୍ତାଳୀ (ସାନ୍ତାଳ ଭାଷା), କୁଇ (କନ୍ଧ ଭାଷା) ଏବଂ ଗାରୋ (ଗାରୋ ଭାଷା)କୁ ହିନ୍ଦୀ କିମ୍ବା ଇଂରାଜୀ ଭାଷାକୁ ଅନୁବାଦ କରାଯାଇପାରିବ। ବିଶେଷଜ୍ଞଙ୍କ ସହାୟତାରେ ମନ୍ତ୍ରଣାଳୟ ପକ୍ଷରୁ ଉପରୋକ୍ତ ପ୍ରତ୍ୟେକ ଭାଷାର ବାକ୍ୟଗୁଡିକୁ ନେଇ ଡାଟାବେସ୍‌ ପ୍ରସ୍ତୁତ କରାଯାଇଛି। ଏହି ଡାଟାବେସ୍‌ରେ ପ୍ରତ୍ୟେକ ଆଦିବାସୀ ଭାଷାର ୧ ଲକ୍ଷ ବାକ୍ୟକୁ ସ୍ଥାନିତ କରାଯାଇଛି। ଦେଶର ଏକାଧିକ ଆଦିବାସୀ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌, ଆଇଆଇଟି ଦିଲ୍ଲୀ, ବିଟ୍‌ସ ପିଲାନି, ହାଇଦରାବାଦ ଓ ନିଉ ରାୟପୁରସ୍ଥିତ ଆଇଆଇଆଇଟିରେ କାର୍ଯ୍ୟରତ ବିଶେଷଜ୍ଞଙ୍କ ସହାୟତାରେ ଏହି ଆପ୍‌ ପ୍ରସ୍ତୁତ କରାଯାଇଛି।
୨୦୧୧ ଜନଗଣନା ଅନୁଯାୟୀ ଉପରୋକ୍ତ ୬ଟି ଆଦିବାସୀ ଭାଷା ମଧ୍ୟରୁ ଭିଲ୍ଲି ହେଉଛି ସବୁଠାରୁ ଅଧିକ ବ୍ୟବହୃତ ଭାଷା। ଦେଶରେ ୧ କୋଟିରୁ ଅଧିକ ଲୋକ ବିଶେଷ କରି ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଗୁଜରାଟରେ ଏହି ଭାଷା ବ୍ୟବହାର କରିଥାନ୍ତି। ଏହାପଛକୁ ୭୩.୬୮ ଲକ୍ଷ ଲୋକ (ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା, ବିହାର ଓ ଆସାମ) ସାନ୍ତାଳୀ ଭାଷା ବ୍ୟବହାର କରୁଥିବାବେଳେ ୨୯.୮୪ ଲକ୍ଷ ଗୋଣ୍ଡି (ଛତିଶଗଡ, ମଧ୍ୟପ୍ରଦେଶ, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର) ଭାଷା, ୧୧.୨୮ ଲକ୍ଷ ଲୋକ ମୁଣ୍ଡାରି (ଓଡ଼ିଶା, ଝାଡ଼ଖଣ୍ଡ) ଭାଷା, ୯.୪୧ ଲକ୍ଷ ଲୋକ କୁଇ (କେବଳ ଓଡ଼ିଶା) ଭାଷା ଏବଂ ୧୧.୪୫ ଲକ୍ଷ ଲୋକ (ମେଘାଳୟ ଓ ଆସାମ) ଗାରୋ ଭାଷା ବ୍ୟବହାର କରିଥାନ୍ତି। ପ୍ରଧାନମନ୍ତ୍ରୀଙ୍କ ଭାଷଣ ଏବଂ ଆଦିବାସୀ ଲୋକକଥା ଓ ପାରମ୍ପରିକ ଗୀତକୁ ପ୍ରାରମ୍ଭିକ ଭାବେ ଏହି ଆପ୍‌ରେ ବ୍ୟବହାର କରାଯାଇଛି। ଗୁଗଲ୍‌ ପ୍ଲେ ଷ୍ଙୋର ଏବଂ ଆପଲ ଆପ୍‌ ଷ୍ଟୋରରେ ଏହି ଆପ୍‌ର ବେଟା ଭର୍ସନ ଉପଲବ୍ଧ ହେବ ବୋଲି କୁହାଯାଇଛି। ଏହି ଆପ୍‌ର କାର୍ଯ୍ୟକାରିତା ନେଇ ଫିଡ୍‌ବ୍ୟାକ୍‌ (ଲୋକଙ୍କ ପ୍ରତିକ୍ରିୟା) ଜାଣିବାକୁ ମଧ୍ୟ ବ୍ୟବସ୍ଥା କରାଯାଇଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories