www.samajalive.in
Saturday, December 6, 2025
19.1 C
Bhubaneswar

ଆଠଗଡ ସହରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ

ଆଠଗଡ : ଆଠଗଡ ଏନଏସି ପକ୍ଷରୁ ସ୍ଵାୟତ୍ତ ଶାସନ ଦିବସ ପାଳନ ଅବସରରେ ରବିବାର ସହରରେ ବିଭିନ୍ନ ପ୍ରକଳ୍ପ ଉଦଘାଟିତ ହେବା ସହ ଏକ ମାର୍କେଟ କମ୍ପ୍ଲେକ୍ସ ପାଇଁ ଶିଳାନ୍ୟାସ କରାଯାଇଛି । ଅଧ୍ୟକ୍ଷା ସସ୍ମିତା ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଆଠଗଡକୁ ଏକ ସରସ, ସୁନ୍ଦର, ସ୍ୱଚ୍ଛ ଓ ବିକଶିତ ସହରରେ ପରିଣତ କରିବା ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ ବଦ୍ଧପରିକର ବୋଲି ପ୍ରକାଶ କରିଥିଲେ । ଏଥିରେ ନିର୍ବାଚିତ ପାରିଷଦ ଏବଂ ସହରର ସମସ୍ତ ଅଧିବାସୀ ସହଯୋଗ କରିବା ଆବଶ୍ୟକ ବୋଲି ସେ ମତପୋଷଣ କରିଥିଲେ । ୯୦ ଦଶକର ମଧ୍ଯ ଭାଗରେ ନିର୍ମିତ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନର ଆବଶ୍ୟକତା ଅନୁଯାୟୀ ୭୫ ଲକ୍ଷ ଟଙ୍କା ବ୍ୟୟରେ ନବୀକରଣ କରାଯାଇଛି । ଏହାକୁ ବିଧାୟକ ସ୍ଵାଇଁ ଉଦଘାଟନ କରିଥିଲେ । ସେହିପରି ବିଧାୟକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର, ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସର ଏବଂ ବଡ ପୋଖରୀ (ଭାଗିରଥି ସିଗର) ନିକଟରେ ମୋଟ ୭୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ତିନୋଟି ଅତ୍ୟାଧୁନିକ ଗୋଷ୍ଠୀ ଶୌଚାଳୟ ଉଦଘାଟନ କରିଥିଲେ । ଏଥିସହିତ ଏନଏସି କାର୍ଯ୍ୟାଳୟ ନିକଟରେ ୬୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୧୨ ଟି ଦୋକାନ ଘର ପାଇଁ ମଧ୍ଯ ବିଧାୟକ ସ୍ୱାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ବି.ଶୁଭ୍ରଶଙ୍କର ଜ୍ୟୋତି, ସମସ୍ତ କାଉନସିଲର, କାର୍ଯ୍ଯନିର୍ବାହୀ ଅଧିକାରୀ ବଳୟ ଦେହୁରୀ, ସହକାରୀ ଯନ୍ତ୍ରୀ ଆଦିତ୍ଯ କୁମାର ମିଶ୍ର, ସମସ୍ତ କର୍ମଚାରୀ ଏବଂ ବହୁ ନିମନ୍ତ୍ରିତ ମାନ୍ଯଗଣ୍ଯ ବ୍ଯକ୍ତି ଯୋଗଦାନ କରିଥିଲେ ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories