www.samajalive.in
Monday, December 8, 2025
27.1 C
Bhubaneswar

‘ବାଗି-୪’ର ଟ୍ରେଲର୍‌ ରିଲିଜ୍‌,ଦେଖନ୍ତୁ…

ଭୁବନେଶ୍ୱର  : ଶନିବାର ରିଲିଜ୍‌ ହୋଇଛି ଟାଇଗର୍‌ ଶ୍ରଫ୍‌ ଷ୍ଟାରର୍‌ ‘ବାଗି-୪’ର ଟ୍ରେଲର୍‌ । ସୋସିଆଲ ମିଡିଆରେ ଟ୍ରେଲର୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି । ୟୁଟ୍ୟୁବ୍‌ ଏହାକୁ ‘କିଛି ୟୁଜର୍‌ଙ୍କ ପାଇଁ ଅନୁପଯୁକ୍ତ’ ବୋଲି କହିଛି । ଏଥିରେ ହିଂସାତ୍ମକ ଦୃଶ୍ୟ ଅଧିକ ରହିଥିବା ଏହା କହିଛି । ଫିଲ୍ମରେ ଟାଇଗର୍‌ ଉଭୟ ଆନିମଲ ଓ ଗଜ୍‌ନୀ ମୋଡ୍‌ରେ ଅଛନ୍ତି ବୋଲି ସୋସିଆଲ ମିଡିଆ ୟୁଜର୍‌ କହୁଛନ୍ତି । ଟ୍ରେଲର୍‌ ଆରମ୍ଭରେ ହିଂସାକୁ ଦୃଷ୍ଟିରେ ରଖି ‘ରିଷ୍ଟ୍ରିକ୍ଟେଡ୍‌ ଭାଓଲେନ୍ସ’ର ଲୋଗୋ ଦିଆଯାଇଛି । ଏହାପରେ ଟାଇଗର୍‌ଙ୍କ ଏଣ୍ଟ୍ରି ହୋଇଛି । ସେ ହାତରେ ଏକ ବଡ଼ ଛୁରି ଧରିଛନ୍ତି । ପ୍ରଚ୍ଛଦରେ ଚାଲିଥିବା ଭଏସ୍‌ ଓଭର୍‌ରେ କୁହାଯାଉଛି ‘ପ୍ରେମର କାହାଣୀ ବହୁତ ଶୁଣିଥିଲି, କିନ୍ତୁ ଏଭଳି ଆକ୍ସନ୍‌-ପ୍ୟାକ୍‌ଡ ଲଭ୍‌ଷ୍ଟୋରୀ ଜୀବନରେ ପ୍ରଥମ ଥର ଦେଖିଲି । ରୋମିଓ, ମଜ୍‌ନୁ ଓ ରାଂଝା ସମସ୍ତଙ୍କୁ ଜଣେ ବାଗି ଫେଲ୍‌ କରିଦେଲା ।’

- Advertisement -

ଗୋଟିଏ ଦୃଶ୍ୟରେ ଟାଇଗର୍‌ଙ୍କୁ ପଚରାଯାଉଛି ‘ତୁମ ମୁଣ୍ଡ କ’ଣ ଖରାପ ହୋଇଯାଇଛି?’ ଟାଇଗର୍‌ ଜବାବ ଦେଇଛନ୍ତି ‘ମୁଣ୍ଡ ନୁହେଁ, ହୃଦୟ ।’ ଏହା ପରେ କାହାଣୀରେ ମନୋବୈଜ୍ଞାନିକ ଟ୍ୱିଷ୍ଟ୍‌ର ଝଲକ୍‌ ଦେଖିବାକୁ ମିଳିଛି । ଶ୍ରେୟସ ତଲପଡ଼େଙ୍କ ଚରିତ୍ର କହୁଛି ‘ଅଲିଶା ତ କେବଳ ତା’ ମସ୍ତିଷ୍କରେ ରହିଛି ।’ ଫିଲ୍ମର କାହାଣୀରେ ଟାଇଗର୍‌ ନିଜ ସାଥୀ ଅଲିଶାର ମୃତ୍ୟୁର ପ୍ରତିଶୋଧ ନେଇଛନ୍ତି । ଫ୍ଲାଶ୍‌ବ୍ୟାକ୍‌ରେ ସେ ଜଣେ ନୌସେନା ଅଫିସର ୟୁନିଫର୍ମରେ ପରଦାକୁ ଆସିଛନ୍ତି । କିନ୍ତୁ ଅଲିଶାର ମୃତ୍ୟୁ ତାଙ୍କୁ ପ୍ରତିଶୋଧର ରାସ୍ତାରେ ଠିଆ କରିଛି । ଅଲିଶା ଭୂମିକାରେ ଅଭିନୟ କରିଛନ୍ତି ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ହରନାଜ ସନ୍ଧୁ । ଫିଲ୍ମରେ ଭିଲେନ୍‌ ଭୂମିକାରେ ଅଭିନୟ କରିଛନ୍ତି ସଞ୍ଜୟ ଦତ୍ତ । ଏକ ଦୁର୍ଗରେ ରହୁଥିବା ତାଙ୍କ ଚରିତ୍ର ଆଙ୍ଗୁଳି କାଟିବା ଭଳି ଅନେକ ହିଂସାତ୍ମକ କାଣ୍ଡ ଘଟାଉଛି ।

Hot this week

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

Related Articles

Popular Categories