ଭୁବନେଶ୍ୱର : ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର ଅସୁସ୍ଥ ହୋଇ ସିଡିଏର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥାଵସ୍ଥା ସ୍ଥିର ଥିବା ଜଣାପଡିଛି । ତିନି ଦିନ ପୂର୍ବେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ଅସୁସ୍ଥତା ନେଇ ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । କହିରଖୁଛୁ ଅଭିଜିତ୍ ମଜୁମଦାର ଓଲିଉଡର ଜଣେ ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ । ଅନେକ ଓଡ଼ିଆ ସିନେମାର ସଫଳ ନିର୍ଦ୍ଦେଶନା ଦେଇ ସେ ସଙ୍ଗୀତ ନିର୍ଦ୍ଦେଶନା କ୍ଷେତ୍ରରେ ବେଶ ପ୍ରଶଂସା ସାଉଁଟିଛନ୍ତି । ଆଜି ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କର ସିଟି ସ୍କାନ୍ ସହିତ ଅନେକ ପରୀକ୍ଷା କରାଯାଇଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି ।
Popular Categories



