ଗୁଣପୁର : ଗୁଣପୁର ମହାବିଦ୍ୟାଳୟ ପରିସରରେ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଆଜି ପବିତ୍ର ରାଧାଅଷ୍ଟମୀରେ ଗୁଣପୁର ମହାବିଦ୍ୟାଳୟ ଅଧ୍ୟକ୍ଷକ ଡ. ଶଶୀ ଭୂଷଣ ମହାନ୍ତିଙ୍କ ପ୍ରୟାସରେ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ୱାରା ପ୍ରତିମୂର୍ତ୍ତି ଅନାବାରଣ କରାଯାଇଥିଲା । ଏହି ସମୟରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କ ସହ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବିଭାଗ ପ୍ରମୁଖ ଉମା ଦାଶ, ଜିଲ୍ଲା ପ୍ରମୁଖ ଶେଷଶାୟୀ ସେନାପତି, ଜିଲ୍ଲା ସଂଯୋଜକ ବି. ସତୀଶ କୁମାର, ଡ଼ ପ୍ରଶାନ୍ତ ହୋତା ପ୍ରମୁଖ ରହି ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ।
Popular Categories



