www.samajalive.in
Sunday, December 7, 2025
26.1 C
Bhubaneswar

ଏନଏସ୍‍ଜିରେ ଭାରତର ସଦସ୍ୟତାକୁ ପୁଣିଥରେ ଚୀନର ବିରୋଧ

ବେଜିଂ : ପରମାଣୁ ଯୋଗାଣକାରୀ ରାଷ୍ଟ୍ରୀଗୋଷ୍ଠୀ (ଏନଏସଜି)ର ସଦସ୍ୟତା ପାଇଁ ଭାରତକୁ ସମର୍ଥନ ଦେବ ନାହିଁ ବୋଲି ଚୀନ ଶୁକ୍ରବାର ସ୍ପଷ୍ଟ କରିଛି। ପରମାଣୁ ନିରସ୍ତ୍ରୀକରଣ ଚୁକ୍ତି (ଏନପିଟି)ରେ ସ୍ୱାକ୍ଷର କରିନଥିବାରୁ ଏନଏସଜି ସଦସ୍ୟତା ପାଇଁ ଭାରତକୁ ସମର୍ଥନ ଦେବ ନାର୍ହି ବୋଲି ଚୀନ କହିଛି।
ଚୀନ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଲୁ କାଙ୍ଗ କହିଛନ୍ତି ଯେ ଏନଏସଜିରେ ସଦସ୍ୟତା ପାଇଁ ଅଣଏନପିଟି ରାଷ୍ଟ୍ରଗୁଡ଼ିକ ଲାଗି କୌଣସି ସ୍ୱତନ୍ତ୍ର ଯୋଜନା ବା ନୀତି ନିର୍ଦ୍ଧାରଣ ନହେବା ପର୍ଯ୍ୟନ୍ତ ଏନଏସଜିରେ ଭାରତର ପ୍ରବେଶ ନେଇ ଚର୍ଚ୍ଚା ହେବ ନାହିଁ। ଏ କ୍ଷେତ୍ରରେ ଏନଏସଜି ସଦସ୍ୟ ରାଷ୍ଟ୍ରଗୁଡ଼ିକୁ କୌଣସି ସର୍ବସମ୍ମତି ନିଷ୍ପତ୍ତି ନେବା ପାଇଁ ସମୟ ସୀମା ଦେବାକୁ ମଧ୍ୟ ଚୀନ ଅଗ୍ରାହ୍ୟ କରିଦେଇଛି। ଲୁ କାଙ୍ଗ କହିଛନ୍ତି ଯେ ଏନଏସଜିରେ ସଦସ୍ୟତା ପାଇଁ ଥିବା ନିମୟ ଏବଂ ପ୍ରକ୍ରିୟାର ପାଳନ କରାଯିବା ଆବଶ୍ୟକ। ଏନଏସଜି ନିମୟ ଅନୁସାରେ ଏନପିଟିରେ ସ୍ୱାକ୍ଷର କରିନଥିବା ରାଷ୍ଟ୍ରଗୁଡ଼ିକୁ ଏଥିରେ ସଦସ୍ୟତା ମିଳିବ ନାହିଁ। ଏନଏସଜିରେ ଅଣଏନପିଟି ରାଷ୍ଟ୍ରଙ୍କ ସଦସ୍ୟତା ପାଇଁ ନିୟମ ଓ ପ୍ରକ୍ରିୟାରେ ପରିବର୍ତ୍ତନର ଆବଶ୍ୟକତା ରହିଛି।
ପ୍ରକାଶ ଯେ ୨୦୧୬ ମେ’ରେ ଏନଏସଜି ସଦସ୍ୟତା ପାଇଁ ଭାରତ ଆବେଦନ କରିଥିଲା। ଏହାପରଠାରୁ ଏନଏସଜିରେ ଭାରତ ସଦସ୍ୟତାକୁ ଚୀନ ବିରୋଧ କରି ଆସୁଛି। ଏନପିଟିରେ ସ୍ୱାକ୍ଷର କରିନଥିବାରୁ ଭାରତର ଏନଏସଜି ସଦସ୍ୟତାକୁ ଚୀନ ବିରୋଧ କରୁଛି ବୋଲି କହିଆସୁଛି।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories