www.samajalive.in
Monday, December 15, 2025
15.1 C
Bhubaneswar

ଚୀନ୍‌ର ସେନାରେ ଅସନ୍ତୋଷ – ନ୍ୟୁକ୍ଲିୟର ବୁଡାଜାହାଜରେ ହେଲା ଏପରି

ବେଜିଂ- ଏବେ ଚୀନ୍‌ ସେନାରେ ଅସନ୍ତୋଷ ବୃଦ୍ଧି ପାଉଛି । କିଛି ଦିନ ତଳେ ଚୀନ୍‌ର ଏକ ବୁଡାଜାହାଜ ବୁଡିଯିବା ସହ ଏଥିରେ ଥିବା ନୌସେନା କର୍ମଚାରୀ ଏବଂ ଅଧିକାରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ଏହାପରେ ଚୀନ୍‌ର ସେନାରେ ବଡ ଧରଣର ଦୁର୍ନୀତି ଏବଂ ଭ୍ରଷ୍ଟାଚାର ହେବା କଥା ଅଭିଯୋଗ ହୋଇଥିଲା । ଏହି ଘଟଣାପରେ ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଥିଲା ।

ଚୀନ୍‌ର ଏହାର ପଡୋଶୀ ଦେଶମାନଙ୍କ ସହ ସମ୍ପର୍କ ଭଲ ନାହିଁ । ଭାରତ ସହ ଜାପାନ ତଥା ଦକ୍ଷିଣଚୀନ୍‌ ସାଗରରେ ଥିବା ଦେଶମାନଙ୍କ ସହ ତିକ୍ତତା ବୃଦ୍ଧି ପାଉଛି । ଚୀନ୍‌ର ବିସ୍ତାରବାଦୀ ନୀତି ଯୋଗୁଁ ଅନେକ ଦେଶ ଏହାର ଶତ୍ରୁ ହୋଇଯାଇଛନ୍ତି ।

- Advertisement -

ଚୀନ୍‌ ନୌସେନାର ନ୍ୟୁକ୍ଲିୟର ଚାଳିତ ବୁଡାଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ଆମେରିକା ତଥା ଅନ୍ୟ କେତକ ଦେଶ ପକ୍ଷରୁ କୁହାଯାଇଛି । ଚୀନ୍‌ ଏହି କଥାକୁ ଖଣ୍ଡନ କରିଛି । ମାତ୍ର ଚୀନ୍‌ ଏହାର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପଦରୁ ହଟାଇବା ସହ ପିପୁଲସ୍‌ ଲିବେରେସନ୍‌ ଆର୍ମିର ଅନେକ ପଦାଧିକାରୀଙ୍କୁ ହଟାଇ ଦେଇଛି । ଏଥିଯୋଗୁଁ ଚୀନ୍ ସେନାରେ ଅସନ୍ତୋଷ ବୃଦ୍ଧି ପାଇଥିବା କଥା ସ୍ପଷ୍ଟ ହୋଇଛି ।

ଚୀନ୍‌ର ନେତାମାନେ ତାଇଓ୍ୱେନ୍‌କୁ ନେଇ ବାରମ୍ବାର ଧମକ ଦେଉଛନ୍ତି । ଏହାକୁ ଏବେ ଆମେରିକା ସହ ଅନ୍ୟ ୟୁରୋପୀୟ ଦେଶମାନେ ଚୀନ୍‌ ମାନସିକ ଚାପ ସୃଷ୍ଟି କରୁଥିବା କଥା କହୁଥିବା ବେଳେ ,ରୁଷ୍‌ ଏବଂ ୟୁକ୍ରେନ ଯୁଦ୍ଧପରେ ଘଟଣାକୁ ଗୁତତ୍ୱ ଦେଇଛନ୍ତି । ମାତ୍ର ଏବେ ଚୀନ୍‌ ସେନାରେ ବଡଧରଣ ଅସନ୍ତୋଷ ଦେଖାଦେଇଥିବା କଥା ଆମେରିକା ସହ ବିଶ୍ୱର ଅନ୍ୟ ପ୍ରତିରକ୍ଷା ବିଶେଷଜ୍ଞମାନେ ମତ ଦେଇଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories