ଚୀନ୍‌‌ରେ ଉଡ଼ନ୍ତା କାର୍

ବଜାରକୁ କେତେ ଶୀଘ୍ର ଉଡ଼ନ୍ତା କାର୍ ଆସିବ, ଏହି ତଥ୍ୟ ଜାଣିବା ପାଇଁ ଧନୀ ଗରାଖମାନେ ଚାତକ ପରି ଅନାଇ ରହିଛନ୍ତି । ଖବର ଶୁଣିବା ମାତ୍ରେ ସମସ୍ତେ ବୁକିଂ କରିବାକୁ ଚାହିଁ ବସିଛନ୍ତି। ସମସ୍ତ କଳ୍ପନାର ଅନ୍ତ ଘଟାଇ ଉଡ଼ନ୍ତା କାର୍ ବିଷୟରେ ଚୀନ୍‌ର ଏକ କମ୍ପାନୀ ଘୋଷଣା କରିଛି । କମ୍ପାନୀ ମୁଖ୍ୟ କାର୍ଯ୍ୟଅଧିକାରୀ କୁଇନ୍‌ଡିଓଜୁ ଉଡ଼ନ୍ତା କାର୍ ବିଷୟରେ ସବିଶେଷ ବିବରଣୀ ଦେଇଛନ୍ତି । ଏହି କାର୍‌ ନାମ ‘ମାଗଲେଭ୍’, ୨.୮ଟନ୍ ଓଜନର କାର୍‌ଟି ଚୁମ୍ବକୀୟ ପଦ୍ଧତିରେ ଉଡ଼ୁଛି । ଉଡ଼ନ୍ତା କାର୍ ପାଇଁ ପୂର୍ବ ଚୀନ୍‌‌ ସ୍ଥିତ ଜିଆଙ୍ଗସୁ ପ୍ରାନ୍ତରେ ସ୍ବତନ୍ତ୍ର ରାସ୍ତା ନିର୍ମାଣ କରାଯାଇଛି । ଚୁମ୍ବକୀୟ ରାସ୍ତାରେ ଭୂମି ଠାରୁ ୩୫ ମିଲିମିଟର ଉଚ୍ଚତାରେ ଉଡନ୍ତା କାର୍‌ର ସଫଳ ପରୀକ୍ଷଣ ହୋଇଛି । ଆଗକୁ ଏହି କାର୍‌ ଉପରେ ନିୟମିତ ଭାବେ ପରୀକ୍ଷା ଜାରି ରହିବ । ସାପ୍ତାହିକ ଭାବେ କାର୍‌କୁ ଅନୁଧ୍ୟାନ କରାଯିବ ବୋଲି ବିଶେଷଜ୍ଞ ଦଳ କହିଛନ୍ତି । ଆସନ୍ତା ବର୍ଷ ଜାନୁଆରୀ ସୁଦ୍ଧା ଉଡ଼ନ୍ତା କାର୍‌ ବିକ୍ରି ଚୀନ୍‌ରେ ଆରମ୍ଭ ହେବା ଯୋଜନା ରହିଛି।

kalyan agarbati

Comments are closed.