www.samajalive.in
Friday, December 5, 2025
17.1 C
Bhubaneswar

ଏଲଏସିରେ ଛଅମାସ ମଧ୍ୟରେ ଚାଇନା ୧୦୦ରୁ ଅଧିକ ସାମରିକ ଡ୍ରିଲ କରିଛି

ନୂଆଦିଲ୍ଲୀ: ଭାରତ ଓ ଚୀନ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରୁ ସଂପୂର୍ଣ୍ଣ ଭାବରେ ସୈନ୍ୟ ପ୍ରତ୍ୟାହାର କରିବାକୁ ଦ୍ୱାଦଶ ଥର ପାଇଁ ବରିଷ୍ଠ କମାଣ୍ଡର ସ୍ତରୀୟ ଆଲୋଚନା ଶୀଘ୍ର ଆରମ୍ଭ କରିବାକୁ ସହମତ ହୋଇଥିଲେ ମଧ୍ୟ ଚାଇନା ଗତ ଛଅମାସ ମଧ୍ୟରେ ତିବ୍ୱତ ଅଞ୍ଚଳରେ ଭାରତୀୟ ସୀମା ନିକଟରେ ପ୍ରାୟ ୧୦୦ରୁ ଅଧିକ ସାମରିକ ଡ୍ରିଲ କରିଥିବା ଏକ ରିପୋର୍ଟରୁ ଜଣାଯାଇଛି । ପ୍ରତିଥର ଡ୍ରିଲରେ ଏହାର ୧ହଜାରରୁ ଅଧିକ ସୈନ୍ୟ ସାମିଲ ହୋଇଛନ୍ତି । ଏଥିରୁ ଭାରତ ସହିତ ଲାଗି ରହିଥିବା ଉତ୍ତେଜନା ପ୍ରଶମିତ କରିବାକୁ ଚୀନର ଉଦ୍ଦେଶ୍ୟ ନଥିବା ସ୍ପଷ୍ଟ ହେଉଛି ବୋଲି ରିପୋର୍ଟରେ ଦର୍ଶାଯାଇଛି । ଇତିମଧ୍ୟରେ ଚୀନ ତିବତ ରାଜଧାନୀ ଲାସା ଏବଂ ଅରୁଣାଚଳ ପ୍ରଦେଶ ସୀମାକୁ ଲାଗିଥିବା ତଥା ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ନିଙ୍ଗଚି ମଧ୍ୟରେ ବୁଲେଟ ଟ୍ରେନ ସେବା ଆରମ୍ଭ କରିବା ଘଟଣା ଚୀନର ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି । ଏହା ସୀମାନ୍ତରେ ସାମରିକ ଶକ୍ତି ବୃଦ୍ଧି କରିବାକୁ ଚୀନର ପ୍ରୟାସ ଭାବରେ ବିବେଚନା କରାଯାଉଛି । ଗତବର୍ଷ ଜୁନରେ ଗଲୱାନ ଉପତ୍ୟକାରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ପରଠାରୁ ଚୀନ ସୀମାନ୍ତରେ ନିଜର ସାମରିକ ଶକ୍ତି ଯଥେଷ୍ଟ ବୃଦ୍ଧି କରିସାରିଛି । ପ୍ରତିକୂଳ ପାଗ ପରିସ୍ଥିତିରେ ନିଜ ସୈନ୍ୟମାନଙ୍କୁ ଶତ୍ରୁପକ୍ଷର ମୁକାବିଲା କରିବା ଦିଗରେ ସମର୍ଥ କରି ଗଢିତୋଳିବାକୁ ଏହା ବରାବର ଡ୍ରିଲ୍‍ ଆୟୋଜନ କରୁଥିବା ୟୁରେସିଆନ ଟାଇମ୍ସ ପକ୍ଷରୁ କୁହାଯାଇଛି ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

Related Articles

Popular Categories