www.samajalive.in
Saturday, December 6, 2025
15.1 C
Bhubaneswar

କୋଭିଡ ପାଇଁ ପାକିସ୍ତାନରେ ଅଟକି ଥିବା ୩୬୦ ଭାରତୀୟ ସ୍ୱଦେଶ ଫେରିଲେ

ଅମୃତସର: କୋଭିଡ-୧୯ କଟକଣା କାରଣରୁ ପାକିସ୍ତାନରେ ଅଟକି ଥିବା ୩୬୦ ଜଣ ଭାରତୀୟ ଏବଂ ୫୦ ଜଣ ଏନଓଆରଆଇ (ନୋ ଓବ୍ଲିଗେସନ ଟି ରିଟର୍ଣ୍ଣ ଟୁ ଇଣ୍ଡିଆ) ଭିସାଧାରୀ ଭାରତକୁ ଫେରିଆସିଛନ୍ତି । ସେମାନେ ପଞ୍ଜାବର ଅଟ୍ଟାରି-ୱାଗାହ୍ ସୀମାନ୍ତ ଦେଇ ସୋମବାର ଦିନ ଭାରତ ଫେରିଛନ୍ତି । ସାମ୍ବାଦିକଙ୍କୁ ସୂଚନା ଦେଇ ପଞ୍ଜାବ ପୁଲିସର ପ୍ରୋଟୋକଲ ଅଫିସର ଅରୁଣପାଲ ସିଂ କହିଛନ୍ତି, ମୋଟ ୩୬୦ ଜଣ ଭାରତୀୟ ଏବଂ ୫୦ ଜଣ ଏନଓଆରଆଇ ଭିସାଧାରୀ ଭାରତକୁ ଫେରିଆସିଛନ୍ତି ।
ପାକିସ୍ତାନରୁ ଫେରିଥିବା ବାରାମୂଳାର ଜଣେ ବାସିନ୍ଦା ଲିଆକତ ଅଲି କହିଛନ୍ତି, ଗତବର୍ଷ ଡିସେମ୍ବର ମାସରେ ସେ ତାଙ୍କ ମାମୁଁଙ୍କୁ ଭେଟିବାକୁ ପାକିସ୍ତାନ ଯାଇଥିଲେ । କିନ୍ତୁ କୋଭିଡ କଟକଣା ଲାଗୁ ହେବାରୁ ସେଠାରେ ସେ ଅଟକି ରହିଥିଲେ । ଛଅମାସ ପରେ ସେ ନିଜ ଦେଶକୁ ଫେରିଆସିଥିବାରୁ ଖୁସି ଅଛନ୍ତି । ପାକିସ୍ତାନରୁ ଫେରୁଥିବା ଲୋକାମାନେ ସାଙ୍ଗରେ ବଡ ବଡ ସୁଟକେସ ଏବଂ ବ୍ୟାଗ ଧରି ଫେରୁଥିବା ଲକ୍ଷ୍ୟ କରାଯାଇôଥଲା । ଇତିମଧ୍ୟରେ ଭାରତର ଗୁଜରାଟ ଉପକୂଳରେ ୨୦୧୬ରେ ତଟରକ୍ଷୀ ବାହିନୀ ହାତରେ ଧରାପଡିଥିବା ତିନିଜଣ ପାକିସ୍ତାନ ମତ୍ସ୍ୟଜୀବୀ ଏବଂ ୨୦୧୭ରେ ପଞ୍ଜାବର ତରନ ତାରାନରେ ଗିରଫ ହୋଇଥିବା ପାକିସ୍ତାନ ଲାହୋରର ଜଣେ ବାସିନ୍ଦାଙ୍କୁ ମୁକ୍ତ କରିଦିଆଯାଇଛି ଏବଂ ସେମାନେ ମଧ୍ୟ ଅଟ୍ଟାରି-ୱାଗାହ୍ ସୀମାନ୍ତ ଦେଇ ପାକିସ୍ତାନ ଫେରିଯାଇଛନ୍ତି । ୨୦୨୦ ଡିସେମ୍ବର ୨୯ରେ ପାକିସ୍ତାନରୁ ୧୩୭ ଜଣ ଲୋକ ଭାରତ ଆସିବାପରେ କୋଭିଡ କଟକଣା କାରଣରୁ ଏଠାରେ ଅଟକି ରହିଥିଲେ । ସେମାନଙ୍କୁ ମଧ୍ୟ ସୀମାନ୍ତ ଫାଟକ ଦେଇ ମଙ୍ଗଳବାର ଦିନ ନିଜ ଦେଶକୁ ପଠାଇ ଦିଆଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories