www.samajalive.in
Saturday, December 6, 2025
23.1 C
Bhubaneswar

ଜମ୍ମୁ ବାୟୁସେନା ଘାଟି ଆକ୍ରମଣ ଘଟଣା: ତଦନ୍ତଭାର ଏନଆଇଏକୁ ହସ୍ତାନ୍ତର

ନୂଆଦିଲ୍ଲୀ: ଜମ୍ମୁସ୍ଥିତ ଭାରତୀୟ ବାୟୁସେନା ଘାଟି ଉପରେ ହୋଇଥିବା ଡ୍ରୋନ ଆକ୍ରମଣ ଘଟଣାର ତଦନ୍ତ ଭାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)କୁ ହସ୍ତାନ୍ତର କରାଯାଇଛି । ଏହି ଆକ୍ରମଣ ଘଟଣାରେ ସୀମାପାର ସଂପୃକ୍ତି ରହିଥିବା ବିଷୟର ତଦନ୍ତ କରିବ ଏନଆଇଏ । ସୂଚନାଯୋଗ୍ୟ ଯେ ବାୟୁସେନା ଘାଟି ଉପରେ ହୋଇଥିବା ଡ୍ରୋନ ଆକ୍ରମଣ ଏହି ଧରଣର ପ୍ରଥମ ଘଟଣା ଥିଲା । ବାୟୁସେନା ଘାଟି ଉପରେ ଡ୍ରୋନରୁ ଦୁଇଟି ବୋମାମାଡ କରାଯାଇଥିଲା । ଏଥିରେ ଦୁଇଜଣ ଯବାନ ଆହତ ହୋଇଥିବାବେଳେ ସେଠାରେ ଥିବା ଗୋଟିଏ ଘର କ୍ଷତିଗ୍ରସ୍ତ ହୋଇଥିଲା । ତେବେ ଆକ୍ରମଣର ପ୍ରଭାବ କମ୍‍ ରହିଥିବାରୁ ଉକ୍ତ ସାମରିକ ସ୍ଥଳର ବିଶେଷ କ୍ଷୟକ୍ଷତି ଘଟିନାହିଁ । କିନ୍ତୁ ଏହା ଦେଶର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଥିବାରୁ ଘଟଣାର ତଦନ୍ତ ଦାୟିତ୍ୱ ଏନଆଇଏକୁ ଦିଆଯାଇଛି । ଏହି ଆକ୍ରମଣ ଘଟଣା ଘଟିବା ପରେ ଦୁଇଦିନ ଧରି ଭାରତୀୟ ସୁରକ୍ଷା ବାହିନୀ ଜମ୍ମୁ କାଶ୍ମୀରରେ ଦୁଇଟି ଦୁଇଟି ପୃଥକ ପୃଥକ ଘଟଣାରେ ଏହିଭଳି କେତେକ ଡ୍ରୋନ ଠାବ କରିବା ସହିତ ସେଗୁଡିକ ଉପରେ ପାଲଟା ଆକ୍ରମଣ କରିଛନ୍ତି । ଇତିମଧ୍ୟରେ ଜମ୍ମୁ କାଶ୍ମୀର ସମେତ ପଡୋଶୀ ପଞ୍ଜାବ ଆଦି ସ୍ଥାନରେ ଥିବା ସାମରିକ ସ୍ଥଳଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories