ବିଶାଳ ଆଣବିକ କେନ୍ଦ୍ର ତିଆରି କରୁଛି ଚୀନ
![](https://samajalive.in/wp-content/uploads/2025/01/Nuclear-facility-750x430.jpg)
ସମାଜ ଡିଜିଟାଲ ଡେସ୍କ: ଚୀନ ଏକ ବିଶାଳ ଆଣବିକ ସଞ୍ଚାଳନ ଗବେଷଣା କେନ୍ଦ୍ର ନିର୍ମାଣ କରୁଛି। ଉପଗ୍ରହ ଚିତ୍ରରୁ ଏହା ସ୍ପଷ୍ଟ ହୋଇଛି। ଚୀନର ମିଆନୟାଙ୍ଗ ଅଞ୍ଚଳରେ ଏହି କେନ୍ଦ୍ର ତିଆରି ଚାଲିଛି। ତେବେ ଆଣବିକ ଶକ୍ତି ସମ୍ପନ୍ନ ଦେଶ ଚୀନ କେବଳ ନିଜର ସାମରିକ ଦକ୍ଷତା ବୃଦ୍ଧି କରିବା ଲାଗି ଏହି କେନ୍ଦ୍ର ତିଆରି କରୁନାହିଁ, ବରଂ ସ୍ବଚ୍ଛ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଗବେଷଣା ଲାଗି ଏହି ପଦକ୍ଷେପ ନେଉଥିବା ବିଶେଷଜ୍ଞମାନେ କହିଛନ୍ତି।
ଉପଗ୍ରହ ଚିତ୍ରରୁ ଦେଖାଯାଇଛି ଯେ, ବିଶାଳ ଅଞ୍ଚଳରେ ଏହି କେନ୍ଦ୍ର ନିର୍ମାଣ ଚାଲିଛି, ଯାହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କେନ୍ଦ୍ରର ଚାରି ଦିଗକୁ ୪ଟି ବିଶାଳ ବାହୁ ସଦୃଶ କୋଠା ରହିଛି। ଏହାର ଚତୁଃପାର୍ଶ୍ବ ଲେଜର ବେ’ ଦ୍ବାରା ଆଚ୍ଛାଦିତ ହୋଇଛି। ମଝି ବା କେନ୍ଦ୍ରସ୍ଥଳରେ ଏକ ବିରାଟ ଚାମ୍ବର ରହିଛି, ଯେଉଁଠି ଡିଉଟେରିଅମ, ଟ୍ରାଇଟିଅମ ଭଳି ଉଦଯାନ ଆଇସୋଟୋପଗୁଡ଼ିକରେ ଲେଜର ବିମ୍ ଦ୍ବାରା ଫ୍ୟୁଜନ କ୍ରିୟାଶୀଳତା ସୃଷ୍ଟି କରାଯିବ।
![prayash](https://samajalive.in/wp-content/uploads/2024/12/prayash.jpg)
ତେବେ ଚୀନର ଏହି କେନ୍ଦ୍ର ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି। ଚୀନ କେବଳ ଶକ୍ତି କ୍ଷେତ୍ରରେ ଏହି ଆଣବିକ କେନ୍ଦ୍ରକୁ ବ୍ୟବହାର କରିବ ନାହିଁ ବୋଲି କୁହାଯାଉଛି। ଶକ୍ତି ସହି ପୂର୍ବରୁ ରହିଥିବା ଆଣବିକ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ବିକଶିତ କରିବା ଦିଗରେ ଏଠାରେ ଗବେଷଣା କରାଯିବାର ବହୁ ସମ୍ଭାବନା ରହିଛି। ବର୍ତ୍ତମାନ ସମୟରେ ଆଣବିକ ଅସ୍ତ୍ର ପରୀକ୍ଷା ବନ୍ଦ ରହିଥିବାରୁ ଚୀନ ମହଜୁଦ ରଖିଥିବା ଅସ୍ତ୍ରଶସ୍ତ୍ରଗୁଡ଼ିକର ଡିଜାଇନରେ ଉନ୍ନତି ଆଣିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି।
୨୦୨୩ ଜାନୁୟାରୀ ସୁଦ୍ଧା ଚୀନ ନିକଟରେ ୪୧୦ ଆଣବିକ ଯୁଦ୍ଧାସ୍ତ୍ର ରହିଥିବାବେଳେ ୨୦୨୪ ଜାନୁୟାରୀ ବେଳକୁ ଏହା ୫୦୦ରେ ପହଞ୍ଚିଥିଲା। ଚଳିତ ଦଶନ୍ଧି ଶେଷ ସୁଦ୍ଧା ଚୀନ ଆଣବିକ ଅସ୍ତ୍ର କ୍ଷେତ୍ରରେ ଆମେରିକା ଏବଂ ରୁଷ ସହ ସମକକ୍ଷ ହେବ ବୋଲି କୁହାଯାଉଛି।
![kalyan agarbati](https://samajalive.in/wp-content/uploads/2025/01/kalyani-adv.jpg)
Comments are closed.