www.samajalive.in
Saturday, December 6, 2025
14.1 C
Bhubaneswar

ଅରୁଣାଚଳ ପ୍ରଦେଶକୁ ନିଜ ଅଞ୍ଚଳ ଦାବି କଲା ଚୀନ୍‌: ଭାରତୀୟ ମହିଳାଙ୍କୁ ସାଙ୍ଘାଇ ବିମାନବନ୍ଦରରେ ଦୁର୍ବ୍ୟବହାର

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶକୁ ଚୀନର ଅଞ୍ଚଳ ବୋଲି ଦାବି କରିବା ପୂର୍ବକ ଜଣେ ଭାରତୀୟ ମହିଳାଙ୍କୁ ସାଙ୍ଘାଇ ବିମାନବନ୍ଦର କର୍ତ୍ତୃପକ୍ଷ ହଇରାଣ ହରକତ କରିଥିବା ଅଭିଯୋଗ ହୋଇଛି। ସାଙ୍ଘାଇର ପୁଡୋଙ୍ଗ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ବାରା ନିର୍ଯାତନାର ସମ୍ମୁଖୀନ ହୋଇଥିବା ଭାରତୀୟ ମହିଳା ଜଣଙ୍କ ହେଲେ ଅରୁଣାଚଳ ପ୍ରଦେଶର ପ୍ରେମା ୱାଙ୍ଗଜୋମ। ପ୍ରେମା ଲଣ୍ଡନରେ ଅବସ୍ଥାନ କରନ୍ତି। ନଭେମ୍ବର ୨୧ରେ ସେ ଲଣ୍ଡନରୁ ଜାପାନ ଗସ୍ତ କରିଥିଲେ। ଏହି ସମୟରେ ସେ ୩ ଘଣ୍ଟା ପାଇଁ ପୁଡୋଙ୍ଗ ବିମାନବନ୍ଦରରେ ସାମୟିକ ରହଣୀ (ଲେଓଭର) କରିଥିଲେ। ଲେଓଭର ସମୟରେ ସେ ବିମାନବନ୍ଦର ଇମିଗ୍ରେସନ କାଉଣ୍ଟରରେ ନିଜର ପାସପୋର୍ଟ ଦେଖାଇଥିଲେ। ମାତ୍ର ତାଙ୍କ ପାସପୋର୍ଟକୁ ଅବୈଧ ଘୋଷଣା କରାଯାଇଥିଲା। କାରଣ ପାସପୋର୍ଟରେ ତାଙ୍କର ଜନ୍ମସ୍ଥାନ ଅରୁଣାଚଳପ୍ରଦେଶ ଲେଖାଥିଲା।

ଇମିଗ୍ରେସନ କାଉଣ୍ଟରରେ ଥିବା ଅଧିକାରୀ ପ୍ରେମାଙ୍କୁ କହିଥିଲେ ଯେ ଅରୁଣାଚଳ ଚୀନର ଅଂଶ। ଅଧିକାରୀଙ୍କ ଏପରି ଜବାବ ପ୍ରେମାଙ୍କୁ ଦ୍ବନ୍ଦ୍ବରେ ପକାଇଥିଲା। ଏପରି କି ବିମାନବନ୍ଦରର ଅନେକ କର୍ମଚାରୀ ତାଙ୍କୁ ଦେଖି ହସିବା ସହିତ ଥଟ୍ଟା ପରିହାସ କରିଥିଲେ। ଏପରି କି ତାଙ୍କୁ କେତେକ କର୍ମଚାରୀ ଚୀନ ପାସପୋର୍ଟ ପାଇଁ ଆବେଦନ କରିବାକୁ କହିଥିଲେ। ବିମାନବନ୍ଦରରେ ୩ ଘଣ୍ଟାର ଲେଓଭର ପରିବର୍ତ୍ତେ ତାଙ୍କୁ ୧୮ଘଣ୍ଟା ରହିବାକୁ ପଡିଥିଲା। ଏହି ସମୟରେ ପ୍ରେମାଙ୍କୁ ଠିକ୍‌ ଭାବେ ଖାଦ୍ୟ କିମ୍ବା ଅନ୍ୟାନ୍ୟ ସୁବିଧା ମିଳିପାରି ନଥିଲା। ତାଙ୍କୁ କୌଣସି ଅଧିକାରୀ ସ୍ପଷ୍ଟ ସୂଚନା ପ୍ରଦାନ କରି ନଥିଲେ। ଏପରି କି ତାଙ୍କ ପାସପୋର୍ଟ ମଧ୍ୟ ଫେରାଇ ନଥିଲେ।

- Advertisement -

ପ୍ରେମା ଅଭିଯୋଗ କରିଛନ୍ତି ଯେ ତାଙ୍କ ପାଖରେ ଜାପାନ ଯିବାକୁ ବୈଧ ଭିସା ଥିବା ସତ୍ତ୍ବେ ଟ୍ରାଞ୍ଜିଟ୍ ଅଞ୍ଚଳ ବାହାରକୁ କି ଅନ୍ୟ ଟର୍ମିନାଲକୁ ଯିବାକୁ ଅନୁମତି ଦେଇ ନଥିଲେ। ଫଳରେ ସେ ବିମାନବନ୍ଦର ମଧ୍ୟରେ ଉପଲବ୍ଧ ଖାଦ୍ୟ କିମ୍ବା ପାନୀୟ କିଣିପାରି ନଥିଲେ। ଯଦ୍ଦ୍ବାରା ତାଙ୍କୁ ଉପବାସରେ ରହିବାକୁ ପଡିଥିଲା। ଏହା ମଧ୍ୟରେ ସେ ତାଙ୍କ ଜାପାନ ଯିବା ଫ୍ଲାଇଟ୍ ମିସ୍ କରିସାରିଥିଲେ। ବିମାନବନ୍ଦର ଅଧିକାରୀମାନେ ତାଙ୍କୁ ଇଷ୍ଟର୍ଣ୍ଣ ଚୀନର ନୂଆ ଟିକଟ କିଣିବାକୁ କହିଥିଲେ। ନୂଆ ଟିକଟ କିଣିଲେ ତାଙ୍କ ପାସପୋର୍ଟ ଫେରାଯିବ ବୋଲି କହିଥିଲେ। ଏହା ମଧ୍ୟରେ ପ୍ରେମା ବ୍ରିଟେନରେ ରହୁଥିବା ଜଣେ ବନ୍ଧୁଙ୍କ ସହାୟତାରେ ସାଙ୍ଘାଇସ୍ଥିତ ଭାରତୀୟ ବାଣିଜ୍ୟିକ ଦୂତାବାସ ସହ ଯୋଗାଯୋଗ କରିଥିଲେ। ଦୂତାବାସ ଅଧିକାରୀ ତାଙ୍କୁ ସହଯୋଗ କରିବା ପରେ ସେ ଅସୁବିଧାରୁ ମୁକୁଳିଥିଲେ। ଏହି ପ୍ରସଙ୍ଗରେ ପ୍ରେମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟ ଅଧିକାରୀଙ୍କ ନିକଟକୁ ପତ୍ର ଲେଖିଛନ୍ତି। ପ୍ରେମା କହିଛନ୍ତି ଯେ ସାଙ୍ଘାଇ ବିମାନବନ୍ଦରରେ ତାଙ୍କ ପ୍ରତି ଯେଉଁ ବ୍ୟବହାର ପ୍ରଦର୍ଶନ କରାଯାଇଛି ତାହା ଭାରତର ସାର୍ବଭୌମତ୍ବ ପ୍ରତି ଏକ ଅପମାନ। ଏହି ପ୍ରସଙ୍ଗକୁ ଭାରତ ସରକାର ବେଜିଂ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରିବା ପୂର୍ବକ ଜବାବ ମାଗିବା ଦରକାର ବୋଲି ସେ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories