www.samajalive.in
Monday, December 15, 2025
17.1 C
Bhubaneswar

ସୀମା ସଂଘର୍ଷ ପରେ ଗାଲୱାନ୍ ଘାଟୀରେ ଅଧିକ ସେନା ଠୁଳ କରୁଛି ଚୀନ

ଜୁନ୍ ୧୫ରେ ଭାରତ ଏବଂ ଚୀନ ମଧ୍ୟରେ ସୀମା ସଂଘର୍ଷ ପରେ, ଚୀନ ପକ୍ଷରୁ ଉତ୍ତର ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖାର ନିକଟବର୍ତ୍ତୀ ଅଂଚଳରେ ବ୍ୟାପକ ସୈନ୍ୟ ଠୁଳ କରାଯିବା ସହ ବିଭିନ୍ନ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଅଣାଯାଉଛି। ଡେପସଙ୍ଗ ଏବଂ ଗାଲୱାନ୍ ଠାରୁ ହଟ୍ ସ୍ପ୍ରିଙ୍ଗ୍ସ, ପାଙ୍ଗୋଙ୍ଗ ସୋ, ଏବଂ କେନ୍ଦ୍ରୀୟ ଲଦାଖର ଚୁସୁଲ୍ ପର୍ଯ୍ୟନ୍ତ, ଦକ୍ଷିଣ ଲଦାଖର ଡେମୋକକ୍ ଏବଂ ଚୁମାର ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ସୈନ୍ୟ ଓ ଗୋଳାବାରୁଦ ବୋଝେଇ ଟ୍ରକ ଦେଖିବାକୁ ମିଳିଛି।

ଇତିମଧ୍ୟରେ ସୋମବାର ଦିନ ଭାରତ ଏବଂ ଚୀନର ବରିଷ୍ଠ ସାମରିକ କମାଣ୍ଡୋଙ୍କ ମଧ୍ୟରେ ୧୧ଘଣ୍ଟା ଧରି ବୈଠକରେ ଆଲୋଚନା ହେବା ପରେ ବେଜିଂ ପୂର୍ବ ଚୁକ୍ତିନାମା ମୁତାବକ ପରିସ୍ଥିତିକୁ ଶାନ୍ତ କରିବା ପ୍ରସ୍ତାବକୁ ସ୍ୱାଗତ କରିଛି। ଚୀନ୍ କହିଛି ଯେ ପ୍ରକୃତ ନିୟନ୍ତ୍ରଣ ରେଖାରେ ଶାନ୍ତି ଏବଂ ସହାବସ୍ଥାନ ପାଇଁ ଦୁଇ ଦେଶ ମଧ୍ୟରେ ଆଲୋଚନା ଜାରି ରହିବ।

- Advertisement -

ଏହି ବୈଠକର ନିଷ୍କର୍ଷ ସମ୍ପର୍କରେ ଚୀନ୍ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି ଯେ ଉଭୟ ପକ୍ଷ କଥାବାର୍ତ୍ତା ଓ ସହଯୋଗ ଭିତ୍ତିରେ ସ୍ଥିତି ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି। ଭାରତ ସହ ସୀମା ସଂଘର୍ଷରେ ୪୦ରୁ ଅଧିକ ଚୀନ୍ ଯବାନ ନିହତ ହୋଇଥିବା କେନ୍ଦ୍ର ମନ୍ତ୍ରୀ ଜେନେରାଲ୍ ଭି. କେ. ସିଂହଙ୍କ ଦାବିକୁ ବେଜିଂ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଏହା ମିଥ୍ୟା ଖବର।

ସୂଚନା ଅନୁଯାୟୀ ଭାରତୀୟ ପାଟ୍ରୋଲିଂ ଟିମ ପଏଣ୍ଟ ନମ୍ବର ୧୦, ୧୧, ୧୨, ଏବଂ ୧୩ ପର୍ଯ୍ୟନ୍ତ ପାଟ୍ରୋଲିଂ କରୁଥିବା ବେଳେ ଏବେ ଚୀନ୍ ସେନା ସେମାନଙ୍କୁ ଅଟକାଉଛନ୍ତି। ଭାରତ ପକ୍ଷରୁ ଦାବି କରାଯାଉଥିବା ଅଞ୍ଚଳର ପ୍ରାୟ ୧୫ରୁ ୧୭ କିଲୋମିଟର ପର୍ଯ୍ୟନ୍ତ ଚୀନ ରାସ୍ତା ନିର୍ମାଣ କରିସାରିଛି।

ଗାଲୱାନ୍ ଘାଟୀରେ ଯେଉଁଠାରେ ଜୁନ୍ ୧୫ ମଧ୍ୟରେ ସଂଘର୍ଷ ଘଟିଥିଲା ସେଠାରେ ଭାରତୀୟ ପଟକୁ ଚୀନ ପ୍ରାୟ ୧ କିଲୋମିଟର ଦୂରରେ ଏକାଧିକ ଶିବିର ପ୍ରତିଷ୍ଠା କରିଛି। ଗାଲୱାନ୍ ନଦୀ ତଟବର୍ତ୍ତୀ ଘାଟିରେ ଭାରତୀୟ ସେନାର କୌଣସି ଶିବିର କିମ୍ବା ପୋଷ୍ଟ ନାହିଁ। ଉଭୟ ଦେଶ ସେହି ଘାଟୀରୁ ସେନା ପ୍ରତ୍ୟାହାର କରିବାକୁ ସହମତ ହୋଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories