ଚିଲି ଚିକେନ
ଆବଶ୍ୟକ ସାମଗ୍ରୀ
ଚିକେନ – ୫୦୦ ଗ୍ରାମ
ଅଦା, ରସୁଣ ବଟା – ୫ରୁ୬ ଚାମଚ
ତେଲ – ଆବଶ୍ୟକ ଅନୁଯାୟୀ
ଲୁଣ – ଆବଶ୍ୟକ ଅନୁଯାୟୀ
ଅଣ୍ଡା -୧ଟି
କର୍ଣ୍ଣଫ୍ଲୋର –ଅଧା କପ
କଟା ପିଆଜ – ୨ଟି
ରସୁଣ -୪ଟି
କଟା ହୋଇଥିବା ଅଦା,ରସୁଣ, କଞ୍ଚା ଲଙ୍କା -୪ଟି
କଟା କ୍ୟାପସିକମ -୧ଟି
ଟମାଟୋ ସସ୍
ଚିଲି ସସ୍
ସୋୟା ସସ୍
ଭିନେଗାର -୧ ଚାମଚ
କଟା ଧନିଆ ପତ୍ର
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ସେଥିରେ ଅଦା ରସୁଣ ବଟା, କର୍ଣ୍ଣଫ୍ଲୋର, ଲଙ୍କା ଗୁଣ୍ଡ,ହଳଦୀ ଗୁଣ୍ଡ, ଲୁଣ, ଭିନେଗାର, ଟମାଟୋ ସସ୍, ଚିଲି ସସ୍, ସୋୟା ସସ୍,ଏକ ଅଣ୍ଡାକୁ ଭାଙ୍ଗି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ରଖିଥିବା ଚିକେନକୁ ଛାଣି ଏକ ପାତ୍ରକୁ କାଢି ରଖନ୍ତୁ। ଏବେ କଡ଼େଇରେ ପୁଣି ତେଲ ପକାଇ ପିଆଜ,କ୍ୟାପସିକମକୁ ଭାଜନ୍ତୁ। ଭାଜି ହେବା ପରେ ଏହାକୁ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ କଡ଼େଇରେ ପୁଣି ତେଲ ପକାଇ କଟା ହୋଇଥିବା ଅଦା,ରସୁଣ,କଞ୍ଚାଲଙ୍କା,ଅଳ୍ପ ଅଦା ରସୁଣ ବଟା,ସାମାନ୍ୟ ଲୁଣ,ହଳଦୀ,ଲଙ୍କା ଗୁଣ୍ଡ ପକାଇ କଷି ,ଏଥିରେ ଛଣା ହୋଇରହିଥିବା ଚିକେନ ପକାନ୍ତୁ। ଏବେ ଏଥିରେ ଭଜା ହୋଇ ରହିଥିବା ପିଆଜ,କ୍ୟାପସିକମ ପକାନ୍ତୁ। ଏବେ ଏଥିରେ ଅଳ୍ପ ଟମାଟୋ ସସ,ଚିଲି ସସ୍ ପକାଇ ୧ ମିନିଟ ଗ୍ୟାସରେ ବସାଇ ଏକ ପାତ୍ରକୁ କାଢି ଦିଅନ୍ତୁ। ଏଥିରେ କଟା ଧନିଆ ପତ୍ର ସଜାନ୍ତୁ ଓ ଗରମାଗରମ ଖାଆନ୍ତୁ।