www.samajalive.in
Monday, December 15, 2025
14.1 C
Bhubaneswar

ଭାରତରେ କମିଛି ବାଲ୍ୟ ବିବାହ

ନୂଆଦିଲ୍ଲୀ : ଭାରତ ସମେତ ବିଶ୍ୱବ୍ୟାପୀ ବାଲ୍ୟ ବିବାହ ହ୍ରାସ ପାଇଥିବା ୟୁନିସେଫ ରିପୋର୍ଟରୁ ପ୍ରକାଶ। ଜାତିସଂଘ ଆନ୍ତର୍ଜାତିକ ଶିଶୁ ସୁରକ୍ଷା ପାଣ୍ଠି (ୟୁନିସେଫ)ର ରିପୋର୍ଟ ଅନୁଯାୟୀ ଗତ ୧୦ବର୍ଷ ମଧ୍ୟରେ ୨୫ନିୟୁତ ବାଲ୍ୟ ବିବାହକୁ ରୋକା ଯାଇଛି। ଭାରତରେ ବାଲ୍ୟ ବିବାହ ହ୍ରାସ ପାଇବା ନେଇ ସରକାରଙ୍କ ବିଭିନ୍ନ ପଦକ୍ଷେପକୁ ପ୍ରଶଂସା କରାଯାଇଛି। ବିଶେଷକରି ବାଳିକାମାନଙ୍କ ଶିକ୍ଷା ଉପରେ ସରକାର ଯେଉଁ ଗୁରୁତ୍ୱ ଦେଇଛନ୍ତି ତାକୁ ପ୍ରଶଂସା କରାଯାଇଛି। ଅନ୍ୟ ପଦକ୍ଷେପ ମଧ୍ୟରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ବାଲ୍ୟ ବିବାହ ଦେଉଥିବା ଅଭିଭାବକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ବାଲ୍ୟ ବିବାହ ଦ୍ୱାରା ବାଳିକାର ଜୀବନ ପ୍ରତି ସୃଷ୍ଟି ହେଉଥିବା ବିପଦ ବାବଦରେ ଅବଗତ କରାଯିବା କାରଣରୁ ଏହା ଧୀରେ ଧୀରେ ହ୍ରାସ ପାଉଛି। ୧୦ବର୍ଷ ପୂର୍ବେ ପ୍ରତି ୪ଜଣରେ ଜଣେ ଝିଅକୁ ବାଲ୍ୟ ବିବାହ ଦିଆଯାଉଥିଲା। ଏହା ଏବେ ହ୍ରାସ ପାଇ ପ୍ରତି ୫ଜଣରେ ଜଣେ ବାଳିକା ବାଲ୍ୟ ବିବାହ କରୁଛି।
ୟୁନିସେଫର ମୁଖ୍ୟ ପରାମର୍ଶଦାତା (ଲିଙ୍ଗଗତ) ଅଞ୍ଜୁ ମାଲହୋତ୍ରା କହିଛନ୍ତି ଯେ ବିଶ୍ୱବ୍ୟାପୀ ବାଲ୍ୟ ବିବାହ ସଂଖ୍ୟା ହ୍ରାସ ପାଇଥିବାବେଳେ ଆଫ୍ରିକା ମହାଦେଶରେ ଏହାର ସ୍ଥିତି ଉଦ୍‌ବେଗଜନକ। ଯେତେବେଳେ ଜଣେ ବାଳିକାକୁ ବାଲ୍ୟ ବିବାହ ପାଇଁ ବାଧ୍ୟ କରାଯାଏ ସେତେବେଳେ ତାର ଜୀବନ ପ୍ରତି ବିପଦ ଦେଖାଯାଇଥାଏ। ଏହି ବିପଦ ତାର ସାରା ଜୀବନ ପାଇଁ ଲାଗି ରହିଥାଏ। ୨୦୩୦ ସୁଦ୍ଧା ବିଶ୍ୱରେ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଜାତିସଂଘ ଲକ୍ଷ୍ୟ ଧାର୍ଯ୍ୟ କରିଛି। ବିଶ୍ୱରେ ଏବେ ୬୫୦ ନିୟୁତ ମହିଳା ରହିଛନ୍ତି ଯେଉଁମାନେ କି ବାଲ୍ୟ ଅବସ୍ଥାରେ ବିବାହ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories