ଯାଆଁଳା ଶିଶୁଙ୍କୁ ହତ୍ୟା ପଛରେ ମାଆର ସମ୍ପୃକ୍ତି !

ଅନୁଗୁଳ: କୂଅରୁ ଯାଆଁଳା ଶିଶୁଙ୍କ ମୃତଦେହ ଉଦ୍ଧାର ଘଟଣାରେ ସତ୍ୟତା ସାମ୍ନାକୁ ଆସିଛି। ନିଜ ଜନ୍ମ କଲା ମାଆ ହିଁ ନିଜେ ଦୁଇ ଯାଆଁଳା ଶିଶୁଙ୍କୁ ମାରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ମାଆ ତପସ୍ବିନୀ ସାହୁ ନିଜ ଶିଶୁଙ୍କୁ ମାରିଥିବା ନେଇ ସ୍ବୀକାର କରିଥିବା  ମୃତ ଶିଶୁଙ୍କ ବଡ ବାପା କହିଛନ୍ତି। ପରେ ପୁଲିସ ତପସ୍ବିନୀଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଛି। ସୂଚନା ଅନୁସାରେ ବୁଧବାର ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ମୁଣ୍ତାଢିପ ସାହିରେ ଥିବା ଏକ କୂଅରୁ ଦୁଇ ଯାଆଁଳା ଶିଶୁଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପୁଲିସ ଏହି ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଥିଲା। ଗୁରୁବାର ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ଯାଆଁଳା ଶିଶୁଙ୍କ ମାଆ ଙ୍କୁ ପୁଲିସ ପଚରାଉଚରା କରୁଥିବା ଜଣାପଡିଛି।

Comments are closed.