www.samajalive.in
Saturday, December 6, 2025
26.1 C
Bhubaneswar

ସଚିନ ତେନ୍ଦୁଲକରଙ୍କ ଡିପ୍‌ଫେକ୍‌ ଭିଡିଓ ମାମଲା; ଗେମିଙ୍ଗ୍‌ ଆପ୍‌ ମାଲିକଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ: ସଚିନ ତେନ୍ଦୁଲକରଙ୍କ ଡିପ୍‌ଫେକ୍‌ ଭିଡିଓ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସାଇବର ପୁଲିସ। ମାମଲାରେ ମୁମ୍ବଇ ସାଇବର ପୁଲିସ ଗେମିଙ୍ଗ୍‌ ଆପ୍‌ ମାଲିକଙ୍କ ବିରୋଧରେ ଏତଲା ଦାୟର କରିଛି। ଏକ ଗେମିଙ୍ଗ୍‌ ଆପ୍ଲିକେସନ ସାଇଟ୍‌ ସଚିନ ତେନ୍ଦୁଲକରଙ୍କ ଡିପ୍‌ଫେକ୍‌ ଭିଡିଓ ପ୍ରସ୍ତୁତ କରି ଭାଇରାଲ୍‌ କରିଥିଲା। କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଏକ ପୁରୁଣା ଭିଡିଓକୁ ଏଡିଟ୍‌ କରି ଡିପ୍‌ଫେକ୍‌ ଟେକ୍ନୋଲୋଜିର ବ୍ୟବହାର କରାଯାଇଥିଲା, ଯେଉଁଥିରେ ସେ ଏକ ଗେମିଙ୍ଗ୍‌ ଆପ୍‌ର ପ୍ରଚାରପ୍ରସାର କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ସଚିନ୍ କେବଳ ଆପକୁ ସମର୍ଥନ କରୁଥିବା ପ୍ରଦର୍ଶିତ କରାଯାଇନଥିଲା ବରଂ ମିଥ୍ୟା ଦାବି କରାଯାଇଥିଲା ଯେ, ତାଙ୍କ ଝିଅ ସାରା ଏହି ଆପ୍‌ରୁ ଆର୍ଥିକ ଲାଭ ଉଠାଉଛନ୍ତି।


ମାଷ୍ଟର ବ୍ଲାଷ୍ଟର ନିକଟରେ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ଟେକ୍ନୋଲୋଜିର ଅପବ୍ୟବହାର ଚିନ୍ତାଜନକ ବୋଲି କହିଥିଲେ। ପୋଷ୍ଟ ଜରିଆରେ ସେ ପ୍ରଶଂସକମାନଙ୍କୁ ସୋସିଆଲ ମିଡିଆ ପ୍ରତି ସତର୍କ ରହିବାକୁ କହିବା ସହ ଭୁଲ୍‌ ତଥ୍ୟ ପ୍ରଚାର ବିରୋଧରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିଲେ।

- Advertisement -

ସଚିନ ଡିପ୍‌ଫେକ୍‌ ଭିଡିଓ ଶେୟାର କରି ଲେଖିଥିଲେ, ‘‘ଏହି ଭିଡିଓ ନକଲି। ଟେକ୍ନୋଲୋଜିର ଏତେ ବଡ଼ ଅପବ୍ୟବହାର ଚିନ୍ତାଜନକ। ସମସ୍ତଙ୍କୁ ଅନୁରୋଧ କରୁଛି ଯେ, ବହୁ ସଂଖ୍ୟାରେ ଏହି ଭିଡିଓ, ବିଜ୍ଞାପନ ଓ ଆପ୍‌କୁ ରିପୋର୍ଟ କରନ୍ତୁ। ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକୁ ଅଭିଯୋଗ ପ୍ରତି ସତର୍କ ଏବଂ ପ୍ରତିକ୍ରିୟାଶୀଳ ହେବା ଆବଶ୍ୟକ। ଭୁଲ ତଥ୍ୟ ଏବଂ ଡିପ୍‌ଫେକ୍‌ର ପ୍ରସାରକୁ ରୋକିବା ପାଇଁ ସେମାନଙ୍କ ତରଫରୁ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।’’

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories