www.samajalive.in
Monday, December 15, 2025
16.1 C
Bhubaneswar

ଶିଶୁ ଦିବସ ବଦଳରେ ଚାଚା ଦିବସ!

ନୂଆଦିଲ୍ଲୀ, ନଭେମ୍ବର ୧୪କୁ ‘ଶିଶୁ ଦିବସ’ ବଦଳରେ ‘ଚାଚା ଦିବସ’ ଭାବେ ପାଳନ କରିବାକୁ ପ୍ରସ୍ତାବ ଆସିଛି । ପ୍ରାୟ ୧୦୦ ବିଜେପି ସାଂସଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଜରିଆରେ ଏହି ପ୍ରସ୍ତାବ ଦେଇଛନ୍ତି । ପତ୍ରରେ ସେମାନେ ଯୁକ୍ତ ଦର୍ଶାଇଛନ୍ତି ଯେ ଜୱାହରଲାଲ୍‌ ନେହରୁଙ୍କ ଜନ୍ମଦିନ ନଭେମ୍ବର ୧୪ ତାରିଖରେ ପଡ଼ୁଥିବାରୁ ଓ ନେହରୁ ଶିଶୁ ମହଲାରେ ଚାଚା ଭାବେ ଲୋକପ୍ରିୟ ଥିବାରୁ ସେହି ଦିବସକୁ ଚାଚା ଦିବସ ଭାବେ ପାଳନ କରାଯାଉ । ଗୁରୁ ଗୋବିନ୍ଦ ସିଂହଙ୍କ ଚାରି ପୁତ୍ର ସାହିବଜାଦା ଅଜିତ ସିଂହ(୧୮), ଯୁଯ୍‌ହାର ସିଂହ(୧୪) ଓ ଯୋରାୱର ସିଂହ(୯), ଫତେସିଂହ(୭) ମୁଗଲ୍‌ ବିରୋଧୀ ସଂଗ୍ରାମରେ ବଳିଦାନ ଦେଇଥିଲେ । ଡିସେମ୍ବର ୨୬ ତାରିଖରେ ଛୋଟେ ସାହିବଜାଦା ବଳିଦାନ ଦେଇଥିବାରୁ ସେହି ଦିବସକୁ ଶିଶୁ ଦିବସ ରୂପେ ପାଳନ କରାଗଲେ ଶିଶୁଙ୍କ ମନରେ ସାହସ ଓ ସତ୍ୟ ପାଇଁ ସଂଗ୍ରାମର ଭାବନା ଉଦ୍ରେକ ହେବ । ଯଦି ଏହି ପ୍ରସ୍ତାବ ଗୃହୀତ ହୁଏ ତେବେ ଶିଶୁ ଦିବସର ତାରିଖ ପରବର୍ତ୍ତନ ହେବ କିମ୍ବା ନଭେମ୍ବର ୧୪ର ନାମ ପରିବର୍ତ୍ତନ ହେବ ।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories