www.samajalive.in
Sunday, December 14, 2025
19.1 C
Bhubaneswar

ଗୋପବନ୍ଧୁ ନର୍ସିଂ କଲେଜରେ ଶିଶୁ ଦିବସ ପାଳିତ

ଗୁରୁଡିଝାଟିଆ :  ସ୍ୱାଧୀନତା ସଂଗ୍ରାମୀ, ଭାରତବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ତଥା ଶିଶୁ ଦିବସ ମାଧବପୁରସ୍ଥିତ ଗୋପବନ୍ଧୁ ନର୍ସିଂ କଲେଜ ପରିସରରେ ଅନୁଷ୍ଠିତ ହୋଇଛି । ସମାଜ ରିଲିଫ କମିଟିର ସଦସ୍ୟ ଭବାନୀ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପଣ୍ଡିତ ନେହେରୁଙ୍କୁ ନବଭାରତର ମୁଖ୍ୟ ବିନ୍ଧାଣୀ ଭାବରେ ଅଭିହିତ କରି ଏକ ସଶକ୍ତ ଭାରତବର୍ଷ ଗଠନରେ ତାଙ୍କର ଭୂମିକା ଅନନ୍ୟ ବୋଲି କହିଥିଲେ। ନେହେରୁଙ୍କ ଜୀବନାଦର୍ଶ ଓ ଶିଶୁମାନଙ୍କ ପ୍ରତିଥିବା ଅହେତୁକ, ଶ୍ରଦ୍ଧା ଭଲପାଇବା ଓ ଦୁର୍ବଳତା ସଂପର୍କରେ ଶ୍ରୀ ମିଶ୍ର ବିଶଦ ଭାବରେ ଆଲୋଚନା କରିବା ସହ ବିଦ୍ୟାର୍ଥୀମାନେ ନିଜକୁ ପଣ୍ଡିତ ନେହେରୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ପରାମର୍ଶ ଦେଇଥିଲେ। ନର୍ସିଂ କଲେଜର ଅଧ୍ୟକ୍ଷା ପ୍ରଫେସର ତାମିଲ ସେଲଭି ଜୟନ୍ତୀ ଉତ୍ସବରେ ଅଧ୍ୟକ୍ଷତା କରି ପଣ୍ଡିତ ନେହେରୁ ଭାରତବର୍ଷରେ ଚାଚା ନେହେରୁ ଭାବରେ ପରିଚିତ ବୋଲି କହିବା ସହିତ ଜୀବନରେ ଆଦର୍ଶବୋଧ, ନୀତିନୈତିକତା ଓ ଭଲମଣିଷର ଭାବଧାରାରେ ନିଜକୁ ଗଢିତୋଳି ନେହେରୁଙ୍କ ଭଳି ନିଜର ବ୍ୟକ୍ତିତ୍ୱ ଗଠନ ନିମନ୍ତେ ଆଗଭର ହେବା ପାଇଁ ଉପସ୍ଥିତ ବିଦ୍ୟାର୍ଥୀଙ୍କୁ କହିଥିଲେ।

ନର୍ସିଂ କଳେଜର ଉପାଧ୍ୟକ୍ଷା ରାଜଶ୍ରୀ ସାମନ୍ତରାୟ ଶିଶୁମାନେ ଆମ ଦେଶର ଭବିଷ୍ୟତ । ସେମାନଙ୍କ ସର୍ବାଙ୍ଗୀନ ଉନ୍ନତି ଓ ମୁହଁରେ ହସ ଭରିଦେବା ପ୍ରତ୍ୟେକ ଭାରତୀୟଙ୍କ ଏକାନ୍ତ କର୍ତ୍ତବ୍ୟ ବୋଲି କହିବା ସହିତ ପଣ୍ଡିତ ନେହେରୁ ଓ ଶିଶୁମାନଙ୍କ ମଧ୍ୟରେ ଥିବା ମଧୁର ସଂପର୍କ ବିଷୟରେ ଆଲୋକପାତ କରିଥିଲେ । ଅଧ୍ୟାପିକା ମଧୁସ୍ମିତା ରାଉତ, ଅନୀତା ମହାନ୍ତି, ସ୍ନିଗ୍ଧାମୟୀ ରଞ୍ଜିତା ଦାସ ପ୍ରମୁଖ ନେହେରୁ ଙ୍କ ଉଜ୍ଜଳ ବ୍ୟକ୍ତିସତ୍ତା ଓ ଜୀବନାଦର୍ଶ ଏବେବି ଯୁବସମାଜର ପାଇଁ ପ୍ରେରଣା ଉତ୍ସ ବୋଲି କରିଥିଲେ। ପ୍ରାରମ୍ଭରେ ଉପସ୍ଥିତ ସମସ୍ତ ଅତିଥି, ଅଧ୍ୟାପିକା ଓ ବିଦ୍ୟାର୍ଥୀମାନେ ପଣ୍ଡିତ ନେହେରୁଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶିକ୍ଷୟିତ୍ରୀ ସୌଦାମିନି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

Related Articles

Popular Categories