www.samajalive.in
Saturday, December 13, 2025
21.1 C
Bhubaneswar

କେବିଏନ୍‌ ​ଗୋଷ୍ଠୀର ୫ଜଣଙ୍କ ଜିମା ସରିଲା : ଭାଇଗିରି ଥିଲା ସ୍ବପ୍ନ

ଭୁବନେଶ୍ବର : ପୁଲିସ ଜିମାରେ ଥିବା କେବିଏନ୍‌ ଗୋଷ୍ଠୀର ୫ଜଣଙ୍କର ରବିବାର ଦୁଇ ଦିନିଆ ଅବଧି ଶେ‌ଷ ହୋଇଛି। ସେମାନଙ୍କୁ ସୋମବାର ଅଦାଲତ ଚାଲାଣ କରାଯିବ। ଦୁଇଦିନ ଧରି ଚେଙ୍ଗ ଓରଫ୍ ରାଜେଶ ବେହେରା, ସୁମନ କୁମାର ପରିଡ଼ା, ସାନିଆ ଓରଫ୍ ସନାତନ ବେହେରା, ରାହୁଳ ଜେନା ଓ ନରେନ୍ଦ୍ର କୁମାର ସାହୁଙ୍କୁ କମିସନରେଟ୍‌ ପୁଲିସର ବରିଷ୍ଠ ଅଧିକାରୀ ପଚରାଉଚରା କରିିଥିଲେ। ଚେଙ୍ଗ ଓ ସନିଆକୁ ସବୁଠାରୁ ଅଧିକ ସମୟ ଜେରା କରାଯାଇଥିଲା। ନୂଆ କରି ମୁଣ୍ଡ ଟେକିଥିବା ଏହି ଗୋଷ୍ଠୀର ଅଧିକାଂଶ ସଦସ୍ୟଙ୍କ ନାମରେ ଏକାଧିକ ମାମଲା ରହିଛି। ଚେଙ୍ଗ ଓ ସନିଆ ନାମରେ ୫ରୁ ଅଧିକ ସଙ୍ଗିନ ମାମଲା ରହିଛି। ସେହିପରି ଏହି କେବିଏନର ମୁଖ୍ୟ ବୁବୁ ଓରଫ୍ ‌େ‌ଦବୀ ପ୍ରସାଦ ଜେନା ବିରୋଧରେ ୨୦ରୁ ଅଧିକ ମାମଲା ରହିଛି। ସେ ଏବେବି ଫେରାର୍‌ ଅଛି। ସେ ଧରାପଡ଼ିବା ପରେ ଏହି ଗୋଷ୍ଠୀ ଗଠନ ପଛରେ କାହାର ହାତ ରହିଛି ତାହା ସ୍ପଷ୍ଟ ହୋଇଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଜେରା ବେଳେ ଚେଙ୍ଗ ଓ ସନିଆ ପୁଲିସକୁ କହିଛନ୍ତି, ଭାଇଗିରି କରି ପତିଆରା ସୃଷ୍ଟି ଲାଗି ସେମାନେ ଏଭଳି ଭିଡିଓ ପ୍ରସ୍ତୁତ କରି ସାମାଜିକ ଗଣମାଧ୍ୟମରେ ଛାଡୁଥିଲେ। ଏଥିପାଇଁ ବିଭିନ୍ନ ଛକରେ ଦିନ ଓ ରାତିରେ ଦଳର ସଦସ୍ୟମାନେ ତାଣ୍ଡବ ନୃତ୍ୟ କରି ଏହାକୁ ମୋବାଇଲ୍‌ ଫୋନ୍‌ରେ ରେକର୍ଡିଂ କରୁଥିଲେ। ସେସବୁର ଏକ ଭିଡିଓ ତିଆରି କରି ଗଣମାଧ୍ୟମରେ ଛାଡ଼ୁଥିଲେ। ହେଲେ ଏହା ଦିନେ ସେମାନଙ୍କ ପାଇଁ କାଳ ହେବ ତାହା ସେମାନଙ୍କର ଧାରଣା ନ ଥିଲା। ଗତ କିଛି ମାସ ଧରି ଆତଙ୍କରାଜ ଚଳାଇବା ପରେ ଧରାପଡ଼ିଥିବା କେବିଏନ୍‌ ଗୋଷ୍ଠୀର ମୁଖ୍ୟ ବୁବୁ ମଧ୍ୟପ୍ରଦେଶର ଦୁର୍ଲଭ କଶ୍ୟପ ଗୋଷ୍ଠୀର ଅନେକ ପ୍ରସାରିତ ଭିଡିଓକୁ ଦେଖି ଅନୁପ୍ରାଣିତ ହୋଇଥିଲା। ୟୁନିଟ୍‌-୮ ଅଞ୍ଚଳର କିଛି ଅସାମାଜିକଙ୍କୁ ନେଇ ଗଠିତ ହୋଇଥିଲା। ପ୍ରଥମେ ଛୋଟ ଭିଡିଓ ତିଆରି କରିଥିଲା। ଏହି ଭିଡିଓକୁ ସ୍ଥାନୀୟ ଅଞ୍ଚଳର ବେକାର ଯୁବକଙ୍କ ପାଖକୁ ହ୍ବାଟ୍ସଆପ୍‌ ମାଧ୍ୟମରେ ପଠାଯାଉଥିଲା। ଏଥିରେ କିଛି ଯୁବକ ପ୍ରଭାବିତ ହୋଇ ଗୋଷ୍ଠୀରେ ସାମିଲ୍‌ ହୋଇଥିଲେ। ଦକ୍ଷିଣ ଭାରତର ଚଳଚ୍ଚିତ୍ରଗୁଡ଼ିକରେ ଭାଇଗିରି କେମିତି ହୁଏ ସେସବୁ ଦେଖିବା ପରେ ସେଭଳି ଭିଡିଓ ତିଆରି କରାଯାଉଥିଲା। ଏସବୁକୁ ଇନ୍‌ଷ୍ଟାଗ୍ରାମ ଭଳି ସାମାଜିକ ଗଣମାଧ୍ୟମରେ ପ୍ରସାରଣ କରାଯାଉଥିଲା। ପ୍ରମୁଖ ସହରଗୁଡ଼ିକରେ ଭାଇଗିରି କେଉଁ ଢାଞ୍ଚାରେ ହୁଏ ତାକୁ କେବିଏନ୍‌ ଗୋଷ୍ଠୀ ଅନୁସରଣ କରୁଥିଲା ବୋଲି ପୁଲିସ ଆଗରେ ଚେଙ୍ଗ କହିଛି।
ସାମାଜିକ ଗଣମାଧ୍ୟମ କାଳ ହେଲା
ରାଜଧାନୀରେ ଗତ କିିଛି ଦିନ ଧରି ଏକାଧିକ ଗୋଷ୍ଠୀ ସଂଘର୍ଷରେ ସମ୍ପୃକ୍ତ ଥିବା କେବିଏନ୍‌ ଦଳ ଗତ ମାସରେ ସିଆର୍‌ପି ଛକରେ ଅନ୍ୟ ଗୋଷ୍ଠୀର ସଦସ୍ୟକୁ ରାସ୍ତାରେ ଗୋଡ଼ାଇ ହଣାକଟା କରିଥିଲେ। ଏହାର କିଛି ଦିନ ପୂର୍ବରୁ କେବିଏନ୍‌ ଗୋଷ୍ଠୀର ଭିଡିଓ ଗୋଟିଏ ପରେ ଗୋଟିଏ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ସହିତ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଥିଲା। ଫଳରେ ଏହା ଗୋଷ୍ଠୀ ପାଇଁ ଅଡୁଆ ହୋଇଥିଲା। ଗଣମାଧ୍ୟମରେ ଏଭଳି ଭିଡିଓକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିବାବେଳେ ଗଣ୍ଡଗୋଳ ସେମାନଙ୍କ ପାଇଁ କାଳ ହୋଇଥିଲା। େବିଏନ୍‌ର ୯ ଜଣଙ୍କୁ ଗିରଫ କରିବା ସହିତ ୪ଜଣଙ୍କ ଘର ଉପରେ ପୁଲିସ ଚଢ଼ଉ କରିଥିଲା। ସେମାନଙ୍କ ନିକଟରୁ ୨ଟି ଖେଳନା ବନ୍ଧୁକ ଓ ୩ଟି ଖଣ୍ଡା ଜବତ କରାଯାଇଛି। ଏସବୁ ବନ୍ଧୁକକୁ ସେମାନେ ସଞ୍ଚାର (ଅନ୍‌ଲାଇନ୍‌) ମାଧ୍ୟମରେ ମଗାଉଥିଲେ ବୋଲି ଉପାୟୁକ୍ତ ଡ. ଉମାଶଙ୍କର ଦାଶ କହିଛନ୍ତି। ଏହାକୁ ଦେଖାଇ ସେମାନେ ଭିଡିଓ ତିଆରି କରୁଥିଲେ। ଭିଡିଓ ‌େ‌ଯତେ ପ୍ରସାରିତ ହେଉଥିଲା ସେମାନଙ୍କର ଆଧିପତ୍ୟ ସେତେ ବଢ଼ିବ ଏବଂ ଖୁବ୍‌ଶୀଘ୍ର ସେମାନେ ଡନ୍‌ ହେବେ ବୋଲି ଆଶା କରୁଥିଲେ। ଏହାକୁ ସାକାର କରିବା ଲାଗି ଅନ୍ୟ ଗୋଷ୍ଠୀକୁ ଆକ୍ରମଣ କରି ସେମାନଙ୍କ ପତିଆରା ଜାହିର କରୁଥିଲେ।

Hot this week

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

Related Articles

Popular Categories