www.samajalive.in
Monday, December 15, 2025
15.1 C
Bhubaneswar

ଭାରତକୁ ମିଳିଲା ଏସ୍-୪୦୦ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ : ଭାରତକୁ ମିଳିଛି ବହୁ ପ୍ରତୀକ୍ଷିତ ରୁଷ୍‌ ନିର୍ମିତ ଏସ୍-୪୦୦ ଟ୍ରାଏମ୍ଫ କ୍ଷେପଣାସ୍ତ୍ର (ବାୟୁ ସୀମା ସୁରକ୍ଷା ବ୍ୟବସ୍ଥା)। ରୁଷ୍‌ ଫେଡେରାଲ ସର୍ଭିସ ଫର ମିଲିଟାରୀ-ଟେକ୍ନିକାଲ କୋ-ଅପରେସନ (ଏଫ୍‌ଏସ୍‌ଏମ୍‌ଟିସି)ର ନିର୍ଦେଶକ ଦିମିତ୍ରୀ ସୁଗାଏଭ୍‌ଙ୍କ ଘୋଷଣା ଅନୁଯାୟୀ ଏସ୍-୪୦୦ କ୍ଷେପଣାସ୍ତ୍ର ଭାରତରେ ପହଞ୍ଚିବା ଆରମ୍ଭ କରିଛି। ଦୁଇବାରେ ହେଉଥିବା ଏକ ଏୟାର ସୋରେ ସୁଗାଏଭ୍ ଏହି ଘୋଷଣା କରିଛନ୍ତି। ଉଭୟ ଜଳ ଓ ବାୟୁ ମାର୍ଗରେ ଏହି କ୍ଷେପଣାସ୍ତ୍ରକୁ ଭାରତ ପଠାଯାଇଛି। ଏଫ୍‌ଏସ୍‌ଏମ୍‌ଟିସି ହେଉଛି ରୁଷ୍‌ ସରକାରଙ୍କ ମୁଖ୍ୟ ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ ନିୟନ୍ତ୍ରଣ ସଂଗଠନ। ବାୟୁ ସୀମା ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଏହି କ୍ଷେପଣାସ୍ତ୍ରକୁ ପଶ୍ଚିମାଞ୍ଚଳ ଘାଟିରେ ମୁତୟନ କରାଯିବ। ପଡୋଶୀ ଶତ୍ରୁ ଚୀନ ଓ ପାକିସ୍ତାନକୁ ମୁକାବିଲା କରିବା କ୍ଷେତ୍ରରେ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ। ତେବେ ବାୟୁସେନାର କହିବା ଅନୁଯାୟୀ ଏସ୍‌-୪୦୦ କ୍ଷେପଣାସ୍ତ୍ରର ଯୋଗାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଯୋଗାଣ ପ୍ରକ୍ରିୟା ଶେଷ ହେଲେ ଏହାକୁ ପୂର୍ବାଞ୍ଚଳ ଘାଟିରେ ମୁତୟନ ନେଇ ଗୁରୁତ୍ବ ଦିଆଯିବ। ଏହା ସହିତ ଏହି କ୍ଷେପଣାସ୍ତ୍ର ସମ୍ପର୍କରେ ବାୟୁସେନାର କର୍ମଚାରୀଙ୍କ ପ୍ରଶିକ୍ଷଣ ଦିଆଯିବା ଲାଗି କେତେକକୁ ବ୍ୟବହାର କରାଯିବ। ‘ଏସ୍‌-୪୦୦’ ଯୋଗାଣ ନିମନ୍ତେ ୨୦୧୮ ଅକ୍ଟୋବରରେ ରୁଷ୍‌ ଓ ଭାରତ ମଧ୍ୟରେ ୫୦୦ କୋଟି ଡଲାରର ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ବୁଝାମଣା ଅନୁଯାୟୀ ଭାରତ ଏସ୍-୪୦୦ କ୍ଷେପଣାସ୍ତ୍ରର ୫ଟି ୟୁନିଟ୍ କ୍ରୟ କରିବ। ୨୦୧୯ରେ ବୁଝାମଣା ବାବଦ ପ୍ରଥମ ପର୍ଯ୍ୟାୟରେ ୮୦୦ ନିୟୁତ ଡଲାର ରୁଷ୍‌କୁ ପ୍ରଦାନ କରାଯାଇଥିଲା। ଏହି ପ୍ରତିରକ୍ଷା ବୁଝାମଣାକୁ ନେଇ ଭାରତ ଉପରେ ଆମେରିକା କ୍ଷୁବ୍ଧ ହୋଇଥିଲା। ଏଥିପାଇଁ ତତ୍କାଳୀନ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଭାରତ ଉପରେ କଟକଣା ଲାଗୁ କରିଥିଲେ। ଏହି କ୍ଷେପଣାସ୍ତ୍ରକୁ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ସହଜରେ ସ୍ଥାନାନ୍ତର କରାଯାଇ ପାରିବ। ଏହା ଭୂପୃଷ୍ଠରୁ ଆକାଶ ମାର୍ଗକୁ ଲକ୍ଷ୍ୟଭେଦ କରାଯାଇଥାଏ। ଏହା ଆକାଶ ମାର୍ଗରେ ୪୦୦ କିମି ଦୂରକୁ ଲକ୍ଷ୍ୟ ଭେଦ କରିପାରିଥାଏ। ତେଣୁ ବାୟୁ ସୀମା ଦେଇ ଆସୁଥିବା ଶତ୍ରୁ ପକ୍ଷର କ୍ଷେପଣାସ୍ତ୍ର, ଯୁଦ୍ଧବିମାନକୁ ୪୦୦ କିମି ଦୂରରୁ ନଷ୍ଟ କରାଯାଇ ପାରିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories