www.samajalive.in
Sunday, December 7, 2025
14.1 C
Bhubaneswar

ଦୀପାବଳିରେ ଶୁଭିଲା ଶୈଶବର ସ୍ୱର

ସାରନଗରୀ: ଶନିବାର ଥିଲା ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦିବସ । ପବିତ୍ର ଦୀପାବଳି ସହ ଶିଶୁ ଦିବସ । ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ବିଭିନ୍ନ ବିଦ୍ୟାଳୟରେ ତାଲା ଝୁଲିଥିବାରୁ ଶିଶୁ ଦିବସ ପାଳନ ହୋଇ ପାରିନଥିଲା । ଯାହା ଫଳରେ ଶିଶୁ ମାନଙ୍କୁ ଏକ ପ୍ରକାର ନିରାଶ ହେବାକୁ ପଡ଼ିଥିଲେହେଁ, ପରବର୍ତି ମୂହୂର୍ତରେ ଦୀପାବଳୀର ଚମକ ଶିଶୁ ମାନଙ୍କ ମଧ୍ୟରେ ଏକ ନୂତନ ଶିହରଣ ଖେଳାଇ ଦେଇଥିଲା । ପ୍ରତ୍ୟେକ ବର୍ଗର ଶିଶୁ ମାନେ ବିଭିନ୍ନ ପ୍ରକାର ମିଷ୍ଟାନ, ଚକଲେଟ ଓ ସୁସ୍ୱାଦୁ ବ୍ୟଜଂନ ଖାଇ ପରିବାର ଗହଣରେ ସବୁଜ ଦୀପାବଳୀ ପାଳନ କରିଥିଲେ । ରାଉରକେଲାର କିଛି ଘରୋଇ ଶିକ୍ଷାନୁଷ୍ଠାନରେ କୋଭିଡ଼ ନିୟମ ଅନୁଯାୟୀ ପାଳନ ହୋଇଥିଲା ପବିତ୍ର ଶିଶୁ ଦିବସ । ଶିଶୁ ଦିବସରେ ଜବହାରଲାଲ ନେହରୁଙ୍କ ଜନ୍ମଦିନ ଥିବାରୁ ଏହାକୁ ଆନନ୍ଦ ସହକାରେ ଶିଶୁ ମାନେ ପାଳନ କରି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଚାଚା ନେହରୁଙ୍କୁ ଶ୍ରଦ୍ଧାଜଂଳି ଅର୍ପଣ କରିଥିଲେ ।
ସାରନଗରୀର ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଂଟ ଠାରେ ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିଶୁ ଦିବସ କାର୍ୟ୍ୟକ୍ରମରେ ଅତିଥି ଭାବେ ଅଧ୍ୟାପକ ବସନ୍ତ କୁମାର ଦାସ, ସାମାଜିକ କର୍ମୀ ସମାଇ ସୋରେନ, ଅଧ୍ୟାପକ ଜିତେନ୍ଦ୍ର ଡାକୁଆ, ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ଦାସ, ପ୍ରବୀର ଜେନା ପ୍ରମୁଖ ଯୋଗ ଦେଇ ଚାଚା ନେହରୁଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ନିଜର ସୁଚିନ୍ତିତ ବକ୍ତ୍ୟବ ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନରେ ଚଳିତ ଯୁକ୍ତ ଦୁଇ କଳା ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ମେଧାବୀ ବିଦ୍ୟାର୍ଥୀଙ୍କୁ ଅତିଥିବୃନ୍ଦ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶିଶୁ ଦିବସ କାର୍ୟ୍ୟକ୍ରମ କୋଭିଡ଼ ନିୟମାନୁଯାୟୀ ନିରାଡମ୍ବର ଭାବେ ପାଳନ କରାଯାଇଥିବା ବେଳେ ଅନୁଷ୍ଠାନ ପକ୍ଷରୁ ଅଧ୍ୟାପକ ସୁନୀଲ ସାମଲ କାର୍ୟ୍ୟକ୍ରମ ପରିଚାଳନାରେ ସକ୍ରୀୟ ସହଯୋଗ କରିଥିଲେ ।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories