www.samajalive.in
Sunday, December 14, 2025
19.1 C
Bhubaneswar

ଜଙ୍ଗଲରୁ ନବଜାତ ଶିଶୁ କନ୍ୟା ଉଦ୍ଧାର କଲେ ପିଇଓ

ଝାରସୁଗୁଡା:ପୁଣି ଅଲୋଡା ହେଲା ଶିଶୁ କନ୍ୟା। ଝାରସୁଗୁଡା ଜିଲ୍ଲା ବାଗଦେହି ଅଞ୍ଚଳରେ ଥିବା ଏକ ଜଙ୍ଗଲରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପରିତ୍ୟକ୍ତ ଅବସ୍ଥାରେ ଶିଶୁଟିକୁ ଉଦ୍ଧାର କରିଛନ୍ତି। ତେବେ କେଉଁ ପରିସ୍ଥିତିରେ ଏବଂ କିଏ ନବଜାତ ଶିଶୁକୁ ଜଙ୍ଗଲରେ ଫିଙ୍ଗି ଦେଇଛନ୍ତି ତାହା ବର୍ତ୍ତମାନ୍ ପର୍ଯ୍ୟନ୍ତ ଜଣାପଡିନାହିଁ।
ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଝାରମୁଣ୍ଡର ପିଇଓ ବାଗଦେହିର କାଦୋବାହଲ ଜଙ୍ଗଲ ଦେଇ ଯାଉଥିବା ସମୟରେ ଏକ ଶିଶୁର କାନ୍ଦ ଶୁଣିବାକୁ ପାଇଥିଲେ। ସବୁଆଡ଼େ ଖୋଜିବା ପରେ, ସେ ପଥର ଗଦା ନିକଟରେ କପଡ଼ାରେ ଗୁଡ଼ା ହୋଇଥିବା ଅବସ୍ଥାରେ ଏକ ନବଜାତ ଶିଶୁକନ୍ୟା ପଡ଼ିଥିବା ଦେଖିବାକୁ ପାଇଥିଲେ। ପିଇଓ ଜଣକ ଶିଶୁଟିକୁ ଉଦ୍ଧାର କରି ବାଗଦେହି ଆଉଟପୋଷ୍ଟରେ ପୋଲିସକୁ ହସ୍ତାନ୍ତର କରିଥିଲେ। ଶିଶୁଟି ବର୍ତ୍ତମାନ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ତା’ର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି। ପୁଲିସ୍‌ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories