ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା

0

ବାଂଶପାଳ: କେନ୍ଦୁଝର ଜିଲା ବାଂଶପାଳ ବ୍ଳକ କୁଶକଳା ଗ୍ରାମରେ ଏକ ଶିଶୁର ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। କୁଶକଳା ଗ୍ରାମର ଦାଶରଥୀ ଧାଙ୍ଗଡ ଓ ଶକୁନ୍ତଳା ଧାଙ୍ଗଡଙ୍କ ୨ମାସର ଶିଶୁ ପୁତ୍ରକୁ ବୁଧବାର ଦିନ ଏଏନଏମ୍ ମାନେ ଟିକା ଦେଇଥିଲେ। ଟିକା ଦେବାର କିଛି ସମୟ ପରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା। ଏନେଇ ଗ୍ରାମବାସୀମାନେ ଗୁରୁବାର ସକାଳେ ପାଟିତୁଣ୍ଡ କରିଥିଲେ। ଘଟଣାସ୍ଥଳରେ ବିଡିଓ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଶିଶୁ ମୃତ୍ୟୁ ପାଇଁ ବିଡିଓ କ୍ଷତିପୂରଣ ରାଶି ଘୋଷଣା କରିଥିଲେ ମଧ୍ୟ ଅଧିକ କ୍ଷତିପୂରଣ ପାଇଁ ଗ୍ରାମବାସୀମାନେ ଅଡି ବସିଛନ୍ତି।
ସୂଚନା ଅନୁଯାୟୀ, ବୁଧବାର ଦିନ ସ୍ବାସ୍ଥ୍ୟ କେନ୍ଦ୍ରର ଏଏନଏମ୍ ମାନେ ଆସି ୯ଜଣ ଶିଶୁଙ୍କୁ ଏହି ଟିକା ଦେଇଥିଲେ। ଜଣେ ଶିଶୁର ମୃତ୍ୟୁ ପରେ ଡାକ୍ତରୀ ଟିମ୍ ଗ୍ରାମକୁ ଆସି ଅନ୍ୟ ଶିଶୁମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି।

Leave A Reply