ମୃତ ଶିଶୁପୁତ୍ର ଉଦ୍ଧାର

0

ବ୍ରହ୍ମପୁର: ଜରଡା ଥାନା ପାତ୍ରପୁର କାଙ୍କରା ଖାଲରୁ ବୁଧବାର ଏକ ଶିଶୁପୁତ୍ରର ମୃତଦେହ ଠାବ କରାଯାଇଛି । ମୃତଦେହର ବିଭିନ୍ନ ସ୍ଥାନରେ କ୍ଷତ ବିକ୍ଷତ ଚିହ୍ନ ରହିଥିବା ବେଳେ ଆଖି ଦୁଇଟି ନାହିଁ । ଶରୀରରେ ଚେଙ୍କ ଚିହ୍ନ ମଧ୍ୟ ରହିଛି । ଖବରପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।  ମୃତ ଶିଶୁପୁତ୍ରଟିକୁ ପ୍ରାୟ ଏକ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।

Leave A Reply