www.samajalive.in
Wednesday, December 10, 2025
23.1 C
Bhubaneswar

ଦୈନିକ ୧୯ % ଶିଶୁ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ କରୋନା ମହାମାରୀର ପ୍ରଭାବ ଦିନକୁ ଦିନ ହ୍ରାସ ପାଉଛି। ଖୋର୍ଦ୍ଧା ଓ କଟକକୁ ବାଦ୍ ଦେଲେ ରାଜ୍ୟର ଅବଶିଷ୍ଟ ୨୮ ଜିଲାରେ କରୋନା ପ୍ରଭାବ ଶୂନ୍ୟ ହେଉଛି। ତେବେ ପ୍ରତିଦିନ ଯେଉଁ ନୂତନ ଆକ୍ରାନ୍ତ ବାହାରୁଛନ୍ତି ସେଥିରେ ଶୂନରୁ ୧୮ବର୍ଷର ଶିଶୁଙ୍କ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଛି। ମାତ୍ର ୧୫ ଦିନ ମଧ୍ୟରେ ଏହି ଆକ୍ରାନ୍ତ ହାର ବଢ଼ି ୧୯ ପ୍ରତିଶତରେ ପହଞ୍ଚିଲାଣି। ପୂର୍ବରୁ ଶିଶୁ ଆକ୍ରାନ୍ତ ୫ ପ୍ରତିଶତ ଭିତରେ ରହୁଥିବାବେଳେ ଏବେ ଏହି ହାର ୧୯ ପ୍ରତିଶତକୁ ଛୁଇଁଛି। ସ୍ବାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ, ଶୁକ୍ରବାର ରାଜ୍ୟରେ ୬୩ହଜାର ୮୧୭ ନମୁନା ପରୀକ୍ଷା କରାଯାଇଥିଲା। ସେଥିରୁ ୬୩୦ ନୂତନ ଆକ୍ରାନ୍ତ ବାହାରିଥିବା ବେଳେ ୧୧୬ଜଣ ଶିଶୁ ଆକ୍ରାନ୍ତ ରହିଛନ୍ତି, ଯାହାକି ଶିଶୁ ଆକ୍ରାନ୍ତ ହାର ୧୯ ପ୍ରତିଶତ ରହିଛି। ଆଜିର
ଆକ୍ରାନ୍ତଙ୍କୁ ନେଇ ରାଜ୍ୟର ସଂକ୍ରମଣ ସଂଖ୍ୟା ୧୦ଲକ୍ଷ ୧୫ହଜାର ୭୧୩ରେ ପହଞ୍ଚିଛି। ସେହିପରି ଗତକାଲି ୬୮୯ ସୁସ୍ଥଙ୍କୁ ନେଇ ରାଜ୍ୟର ସୁସ୍ଥଙ୍କ ସଂଖ୍ୟା ୧୦ଲକ୍ଷ ଅତିକ୍ରମ କରିଛି। ଶନିବାର ସୁଦ୍ଧା ରାଜ୍ୟର ସୁସ୍ଥ ସଂଖ୍ୟା ୧୦ଲକ୍ଷ ୫୪୮ରେ ପହଞ୍ଚିଛି।
ଅନ୍ୟପକ୍ଷରେ ଆଜି ଖୋର୍ଦ୍ଧାରେ ସର୍ବାଧିକ ୨୨୧ ଓ କଟକରେ ୧୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ସୁବର୍ଣ୍ଣପୁରରେ ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନଥିବା ବେଳେ ୧୭ଟି ଜିଲାରେ ଏକ ଅଙ୍କ ଭିତରେ ନୂତନ ଆକ୍ରାନ୍ତ ବାହାରିଛନ୍ତି। ଅବଶି‌ଷ୍ଟ ଜିଲାରେ ଦୁଇ ଅଙ୍କ ଭିତରେ ଏବଂ ୩୩ ତଳକୁ ଆକ୍ରାନ୍ତଙ୍କ ସଂଖ୍ୟା ସବୁ ରହିଛି। ସଂପ୍ରତି ରାଜ୍ୟର ସକ୍ରିୟଙ୍କ ସଂଖ୍ୟା ୭ହଜାର ୨୦ରେ ରହିଛି।
ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଶନିବାର ୮ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୮ହଜାର ୯୨ରେ ପହଞ୍ଚିଛି। ଆଜି କଟକରୁ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ବର, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ମାଲକାନଗିରି ଓ ମୟୂରଭଞ୍ଜରୁ ଜଣେ ଲେଖାଏଁଙ୍କ ମୃତ୍ୟୁ ହୋଇଛି।

Hot this week

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

Related Articles

Popular Categories