www.samajalive.in
Wednesday, December 10, 2025
23.1 C
Bhubaneswar

ବିଭୂତି ପଟ୍ଟନାୟକଙ୍କୁ କାଦମ୍ବିନୀ ସାହିତ୍ୟ ସମ୍ମାନ

ଭୁବନେଶ୍ବର : ମାସିକ ପାରିବାରିକ ପତ୍ରିକା କାଦମ୍ବିନୀ ପକ୍ଷରୁ ବିଶିଷ୍ଟ ସାହିତ୍ୟିକ ଓ ଔପନ୍ୟାସିକ ଡ. ବିଭୂତି ପଟ୍ଟନାୟକଙ୍କୁ କାଦମ୍ବିନୀ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଛି । ଆଜି ପୂର୍ବାହ୍ନରେ କିଟ୍‌ ପରିସରସ୍ଥିତ ଜଗନ୍ନାଥ ମନ୍ଦିରରେ କବି, ସାହିତ୍ୟିକ, କଳାକାରଙ୍କୁ ନେଇ ଏକ ବନ୍ଧୁ ମିଳନ ତଥା ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ କିଟ୍‌ର ପୁରୋଧା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପୌରୋହିତ୍ୟ ଏବଂ ବିଶିଷ୍ଟ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ହୋଇଥିଲା। ଡ. ସାମନ୍ତ କହିଥିଲେ ସାରସ୍ବତ ସାଧକମାନେ ହେଉଛନ୍ତି ବାସ୍ତବ ସମାଜ ସୁଧାରକ ଏବଂ ବିବେକର ନିୟନ୍ତ୍ରକ। ସେମାନଙ୍କୁ ଅଧିକ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି। କାଦମ୍ବିନୀ ଦୁଇ ଦଶନ୍ଧି ଧରି ନିରନ୍ତର ସାରସ୍ବତ ସେବା କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ କରି ନିଜକୁ ଧନ୍ୟ ମଣୁଛି। ସାହିତ୍ୟିକା ନିରୁପମା ଆଚାର୍ଯ୍ୟ, ଡ. ସଂଘମିତ୍ରା ମିଶ୍ର, ସାହିତ୍ୟିକ ବିଜୟ କୁମାର ନାୟକ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।
ଡ. ପଟ୍ଟନାୟକଙ୍କୁ ପୁରସ୍କାର ବାବଦରେ ଏକଲକ୍ଷ ଟଙ୍କା, ଉତ୍ତରୀୟ ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା। ବିଶିଷ୍ଟ କଥାକାର ଭୀମ ପୃଷ୍ଟିଙ୍କୁ ପ୍ରଥମ ‘ବିଭୂତି ପଟ୍ଟନାୟକ ଉପନ୍ୟାସ ସମ୍ମାନ’ ପ୍ରଦାନ କରାଯାଇଥିଲା। ପୁରସ୍କାର ବାବଦରେ ପୃଷ୍ଟିଙ୍କୁ ୨୫ ହଜାର ଟଙ୍କା, ଉତ୍ତରୀୟ ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା। ରୋଜାଲିନ୍‍ ମହାନ୍ତି, ସଞ୍ଜୟ ପଣ୍ଡା ଓ ମାଧବାନନ୍ଦ ପାତ୍ରଙ୍କୁ କାଦମ୍ବିନୀ ନବଉନ୍ମେଷ ଗଳ୍ପ ସମ୍ମାନ ୨୦୨୦ ପ୍ରଦାନ କରାଯାଇଥିଲା। ପୁରସ୍କାର ବାବଦରେ ନଗଦ ୩ ହଜାର ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର, ଉତ୍ତରୀୟ ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା। ଶିବ ସୁନ୍ଦର ରାଉତ, ଆଶିଷ ମିଶ୍ର, ସୁଭଦ୍ରା ପ୍ରିୟଦର୍ଶିନୀ ନାୟକଙ୍କୁ କାଦମ୍ବିନୀ ନବଉନ୍ମେଷ କବିତା ୨୦୨୦ ପ୍ରଦାନ କରାଯାଇଥିଲା। ସେମାନଙ୍କୁ ୩ ହଜାର ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର, ଉତ୍ତରୀୟ ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା। ବିଶିଷ୍ଟ ଚିକିତ୍ସକ ଡା. ହରିଶ ଚୌଧୁରୀଙ୍କୁ କାଦମ୍ବିନୀ ସେବା ସମ୍ବର୍ଦ୍ଧନା ୨୦୨୧ ପ୍ରଦାନ କରାଯାଇଥିବା ବେଳେ ପ୍ରାଚୀ ମହାପାତ୍ରଙ୍କୁ କାଦମ୍ବିନୀ ପ୍ରଚ୍ଛଦଶିଳ୍ପୀ ସମ୍ମାନ ୨୦୨୧, ସଦାନନ୍ଦ ତ୍ରିପାଠୀଙ୍କୁ କାଦମ୍ବିନୀ ନବଉନ୍ମେଷ ଗଳ୍ପ ବିଚାରକ ଓ ଡ. ଜୟନ୍ତୀ ରଥଙ୍କୁ କାଦମ୍ବିନୀ ନବଉନ୍ମେଷ କବିତା ବିଚାରକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ଅବସରରେ କାଦମ୍ବିନୀ ଓ କୁନିକଥାର ସେପ୍ଟେମ୍ବର ସଂଖ୍ୟା ଉନ୍ମୋଚନ କରାଯାଇଥିଲା। ଡ. ଇତି ସାମନ୍ତଙ୍କ ସମ୍ପାଦିତ କ୍ଷୁଦ୍ରଗଳ୍ପ ସଂକଳନ ‘କାଳଜୟୀ କଥା’ ଓ ‘କାଦମ୍ବିନୀ ପରିକ୍ରମା’ ଉନ୍ମୋଚନ କରାଯାଇଥିଲା। ସଂଯୋଜନା ଓ ଧନ୍ୟବାଦ ଅର୍ପଣ କରିଥିଲେ ଡ. ଇତି ସାମନ୍ତ। ସୂଚନାଯୋଗ୍ୟ ଯେ କରୋନା କଟକଣା ଯୋଗୁଁ କାଦମ୍ବିନୀର ବାର୍ଷିକ ପୁରସ୍କାର ପ୍ରଦାନ ସମାରୋହ ହୋଇପାରି ନଥିଲା। ବୈଶ୍ବିକ ମହାମାରୀ କରୋନା କାଳରେ କାଦମ୍ବିନୀର ଏହା ହେଉଛି ପ୍ରଥମ ଆନୁଷ୍ଠାନିକ ବନ୍ଧୁମିଳନ ଓ ପୁରସ୍କାର ପ୍ରଦାନ ଉତ୍ସବ।

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories