www.samajalive.in
Saturday, December 6, 2025
15.1 C
Bhubaneswar

ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବଙ୍କର ନୃସିଂହନାଥ ପରିଦର୍ଶନ

ଭୂବନେଶ୍ୱର : ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ବୁଧବାର ନୃସିଂହନାଥ ମନ୍ଦିର ପରିଦର୍ଶନ କରିଛନ୍ତି। ଭୂବନେଶ୍ୱର ବିଜୁପଟ୍ଟନାୟକ ବିମାନ ବନ୍ଦରରୁ ବାହାରି  ପଦ୍ମପୁର ନିକଟସ୍ଥ ସତୀଭଟା ଏୟାର ଷ୍ଟିପ୍ ରେ ପହଞ୍ଚି ସେଠାରୁ ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରକୁ ଯାଇଥିଲେ। ରାଜ୍ୟ ସରକାରଙ୍କର ମୁଖ୍ୟ ସଚିବ ସୁରେଶ ମହାପତ୍ର ଓ ୫-ଟି ସଚିବ  ଭି .କେ .ପାଣ୍ଡିଆନ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ପରିସରରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶ ମୁତାବକ ନୃସିଂହନାଥ ମନ୍ଦିରର ବିକାଶ ପାଇଁ ଓ୍ଥିତି ଅନୁଧ୍ୟାନ ସହ ବିକାଶ କରିବା ପାଇଁ ଆଜି ନୃସିଂହନାଥକୁ ଆସିଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି । ଏହା ସହିତ ଖୁବଶୀଘ୍ର ରୋପୱେ ପାଇଁ ଚୂଡାନ୍ତ ପଦକ୍ଷେପ ସହିତ ପାଇକମାଲ-ନୃସିଂହନାଥ ରାସ୍ତାର ପ୍ରଶସ୍ଥି କରଣ, ନୃସିଂହନାଥ ଠାରେ ଏକ ବିରାଟ ପିକନିକ୍ ସ୍ପଟର ନିର୍ମାଣ ଏକ ସୁନ୍ଦର ଶିଶୁ ଉଦ୍ୟାନ, ତଥା ଏକ ହଜାର ଲୋକଙ୍କର ରାତ୍ର ରହଣୀ ପାଇଁ ଏକ ସୁନ୍ଦର ଧର୍ମଶାଳାର ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବାର ସୂଚନା ରହିଛି । ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ  ପୁରୁଷୋତ୍ତମ ପ୍ରଧାନ ମନ୍ଦିର ପରିସରରେ ଚାଲୁଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ରୂପରେଖ ଉପରେ ସୂଚନା ପ୍ରଦାନ କରିଥିଲେ । ଏଠାରେ ଉଲ୍ଲେଖନୀୟ ଯେ ପାଇକମାଲ ନାଗରିକ କମିଟିର ସଭ୍ୟ ମାନେ ମୁଖ୍ୟ ସଚିବ, ୫-ଟି ସଚିବ ଓ ବିକାଶ ପରିଷଦର ଅଧ୍ୟକ୍ଷଙ୍କ ସହିତ ପାଇକମାଲ ଓ ନୃସିଂହନାଥର ବିକାଶ ପାଇଁ ଆଲୋଚନା ମଧ୍ୟ କରିଥିଲେ। ଆଜି ଏହି ଗସ୍ତ କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ , ବରିଷ୍ଠ ସଚିବ ଭିନିଲ କ୍ରିଷ୍ରା, ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ସମେତ ବରଗଡ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ଉପସ୍ଥିତ ଦେଖିବାକୁ ମିଳିଥିଲା l ପଦ୍ମପୁର ପୋଲିସ ପକ୍ଷରୁ ଏୟାରଷ୍ଟିପ୍ ରେ କଡା ସୁରକ୍ଷା  ବନ୍ଦୋବସ୍ତ ସହ ପଦ୍ମପୁର ର ବିଭିନ୍ନ ଛକରେ ପୋଲିସ ମୁତୟନ କରାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories