www.samajalive.in
Saturday, December 6, 2025
14.1 C
Bhubaneswar

ଟିମ ଇଣ୍ଡିଆର ପ୍ରଶଂସକ ବନିଲେ ନ୍ୟୁଜିଲାଣ୍ଡ ଅଧିନାୟକ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ ଟିମ୍‌ ଇଣ୍ଡିଆକୁ ଢେର ପ୍ରଶଂସା କରିଛନ୍ତି। ଭାରତୀୟ ଟିମ ଅଷ୍ଟ୍ରେଲିଆରେ ଘରୋଇ ଦଳକୁ ଟେଷ୍ଟ ସିରିଜରେ ପରାଜିତ ହେବା ପରେ ୱିଲିୟମସନ୍‌ ଏହାକୁ ଏକ ଉଲ୍ଲେଖନୀୟ ମୁହୂର୍ତ୍ତ ବୋଲି ଦର୍ଶାଇଛନ୍ତି।

ୱିଲିୟମସନ୍‌ କହିଛନ୍ତି, ଅଷ୍ଟ୍ରେଲିଆ ବିରୋଧରେ ଖେଳିବା ସବୁବେଳେ କଷ୍ଟକର ହୋଇଥାଏ ଏବଂ ସେହି ଦେଶରେ ଘରୋଇ ଟିମ୍‌ ସହିତ ଖେଳିବା ଏକପ୍ରକାର ଚ୍ୟାଲେଞ୍ଜ ହୋଇଥାଏ। କିନ୍ତୁ ଭାରତର ଅନେକ ଖେଳାଳି ଆହତ ହୋଇଥିବା ସତ୍ବେ ଯେଉଁଭଳି ଦଳ ବିଜୟ ହାସଲ କଲା ତାହା ବାସ୍ତବରେ ଉଲ୍ଲେଖନୀୟ ବିଜୟ।

- Advertisement -

ସେ କହିଥିଲେ, ଟିମ୍‌ ଇଣ୍ଡିଆ ଯେଉଁଭଳି ଭାବେ ଚ୍ୟାଲେଞ୍ଜର ସାମ୍ନା କରିଥିଲେ ତାହା ବାସ୍ତବରେ ପ୍ରଶଂସନୀୟ। ଗାବା ଟେଷ୍ଟରେ ଖେଳୁଥିବା ଭାରତୀୟ ବୋଲରମାନଙ୍କର ୭/୮ଟି ମ୍ୟାଚର ଅନୁଭୂତି ଥିବା ସତ୍ବେ ସେମାନେ ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ଅଟକାଇବାରେ ସକ୍ଷମ ହୋଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories