www.samajalive.in
Saturday, December 6, 2025
15.1 C
Bhubaneswar

ବିମାନବନ୍ଦରରେ ଧାରଣା ଦେଲେ ପ୍ରଧାନମନ୍ତ୍ରୀଙ୍କ ଭାଇ

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଇ ପ୍ରହ୍ଲାଦ ମୋଦୀ ଲକ୍ଷ୍ନୌର ଅମୌସୀ ବିମାନବନ୍ଦରରେ ଧାରଣା ଦେଇଥିଲେ। ତାଙ୍କ ସମର୍ଥକଙ୍କୁ ଲକ୍ଷ୍ନୌ ପୁଲିସ ଗିରଫ କରିବା ପ୍ରତିବାଦରେ ସେ ଧାରଣାରେ ବସିଥିଲେ। ସମର୍ଥକମାନଙ୍କୁ ନ ଛାଡ଼ିବା ଯାଏ ସେ ଧାରଣାରୁ ଉଠିବେ ନାହିଁ ବୋଲି ମଧ୍ୟ ଚେତାବନୀ ଦେଇଥିଲେ। ଅନେକ ସମୟ ଧରି ଏପରି ଡ୍ରାମା ଚାଲିଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଇ ପ୍ରହ୍ଲାଦ ମୋଦୀ ପ୍ରୟାଗରା, ଜୌନପୁର ଏବଂ ସୁଲତାନପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଥିଲେ। ସେ ଅମୌସୀ ବିମାନବନ୍ଦରରେ ଓହ୍ଲାଇ ସଡ଼କମାର୍ଗରେ ଯିବାର କାର୍ଯ୍ୟକ୍ରମ ଥିଲା। ଏହି ଖବର ପାଇ ତାଙ୍କର ଶତାଧିକ ସମର୍ଥକ ବିମାନବନ୍ଦରରେ ପହଞ୍ଚି ଯାଇଥିଲେ। ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ ସେମାନଙ୍କୁ ବିମାନବନ୍ଦର ବାହାରେ ଅଟକାଇଥିଲା। କିଛି ଲୋକ ପୁଲିସ ସହ ଯୁକ୍ତିତର୍କ କରିବାରୁ ସେମାନଙ୍କୁ ଗିରଫ କରିଥିଲା ପୁଲିସ।

- Advertisement -

ପ୍ରହ୍ଲାଦଙ୍କୁ ଏହି ଖବର ମିଳିବା ପରେ ସେ ବିମାନବନ୍ଦରରେ ଓହ୍ଲାଇବା ପ​‌ରେ ଧାରଣାରେ ବସିଯାଇଥିଲେ। ପୁଲିସକୁ ସେ ଚେତାବନୀ ଦେଇ କହିଥିଲେ ଯେ, ଯଦି ତାଙ୍କ ସମର୍ଥକମାନଙ୍କୁ ଛଡ଼ା ନ ଯାଏ, ତେବେ ସେ ଅନଶନରେ ବସିବେ। ତେବେ ପୁଲିସ କହିବା ଅନୁସାରେ, ପ୍ରହ୍ଲାଦଙ୍କ କୌଣସି ସମର୍ଥକଙ୍କୁ ନା ରୋକାଯାଇଥିଲା ନା ଗିରଫ କରାଯାଇଥିଲା।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଇ ପ୍ରହ୍ଲାଦ ମୋଦୀ କହିଥିଲେ ଯେ, ସୁରକ୍ଷାକର୍ମୀମାନେ ତାଙ୍କୁ କହିଥିଲେ ଯେ ପିଏମଓର ଆଦେଶ ଅଛି। ସେମାନେ ଆଦେଶର ନକଲ ନ ଦେଖାଇଲେ ସେ ଲକ୍ଷ୍ନୌ ପୁଲିସ ଏବଂ ସୁରକ୍ଷାକର୍ମୀଙ୍କ ବିରୋଧରେ ସୁପ୍ରିମକୋର୍ଟରେ ପିଟିଶନ ରୁଜୁ କରି କାର୍ଯ୍ୟାନୁଷ୍ଠାନ ଦାବି କରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories