www.samajalive.in
Saturday, December 6, 2025
16.1 C
Bhubaneswar

ଖଟ୍ଟରଙ୍କ ପରେ କହିଲେ ତ୍ରିବେନ୍ଦ୍ର ସିଂହ; ଉତ୍ତରାଖଣ୍ଡରେ ଲାଗୁ ହେବ ଏନଆରସି

ଡେରାଡୁନ : ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ପରେ ସୋମବାର ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ତାଙ୍କ ରାଜ୍ୟରେ ଜାତୀୟ ନାଗରିକ ପଞ୍ଜିକା (ଏନିଆରସି) ଲାଗୁ ହେବ ବୋଲି ବଡ଼ ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଉତ୍ତରାଖଣ୍ଡ ସାମରିକ ଭାବେ ବହୁତ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଅଟେ। ଏହାର ସୀମା ଚୀନ ଏବଂ ନେପାଳ ସହ ରହିଛି।

ସୋମବାର ଡେରାଡୁନର ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ଘୋଷଣା କରିଛନ୍ତି ଯେ ସୀମାନ୍ତ ପ୍ରଦେଶ ହୋଇଥିବାରୁ ଉତ୍ତରାଖଣ୍ଡରେ ମଧ୍‍ୟ ଏନଆରସି ଲାଗୁ ହୋଇପାରିବ। ଏ ସମ୍ପର୍କରେ ସେ ମନ୍ତ୍ରିମଣ୍ଡଳରେ ବିଚାର ବିମର୍ଶ କରିବେ। ଆବଶ୍ୟକତା ପଡିଲେ ଉତ୍ତରାଖଣ୍ଡରେ ଏନଆରସି ଲାଗୁ କରାଯିବ। ଏନଆରସି ଉଦ୍ଦେଶ୍ୟ ଦେଶରେ ବାସ୍ତବିକ ନାଗରିକଙ୍କୁ ପଞ୍ଜିକୃତ କରିବା ଏବଂ ଅବୈଧ ପ୍ରବାସୀଙ୍କୁ ଚିହ୍ନଟ କରିବା। ପଣ୍ଡିତ ନେହରୁଙ୍କ ସରକାର ୧୯୫୧ରେ ଆସାମର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଗୋପୀନାଥ ବରଦୋଲୋଇଙ୍କୁ ଶାନ୍ତ କରିବା ପାଇଁ ପ୍ରଥମ ଥର ଏପରି କରିଥିଲେ। ଗୋପୀନାଥ ବିଭାଜନ ପରେ ବହୁ ସଂଖ୍ୟାରେ ପୂର୍ବ ପାକିସ୍ତାନରୁ ଆସିଥିବା ବଙ୍ଗାଳୀ ହିନ୍ଦୁ ଶରଣାର୍ଥୀଙ୍କୁ ଆସାମରେ ରଖିବା ବିରୋଧରେ ଥିଲେ। ୧୯୮୦ ଦଶକରୁ ସେଠାରେ ଏନଆରସିକୁ ଅପଡେଟ କରିବା ପାଇଁ ଦାବି ହୋଇଆସୁଥିଲା। ଆସାମ ଆନ୍ଦୋଳନକୁ ସମାପ୍ତ କରିବା ପାଇଁ ରାଜୀବ ଗାନ୍ଧୀ ସରକାର ୧୯୮୫ରେ ଏକ ବୁଝାମଣା ଉପରେ ସ୍ୱାକ୍ଷର କରିଥିଲେ। ଏହି ବୁଝାମଣା ଅନୁସାରେ ୧୯୭୧ ପରେ ଆସିଥିବା ବାଂଲାଦେଶୀଙ୍କୁ ଏନଆରସିରେ ଅନ୍ତର୍ଭୁକ୍ତ ନକରିବାକୁ ସହମତି ହୋଇଥିଲା।
ପ୍ରକାଶ ଯେ ହରିୟାଣା ମୁଖ୍ୟମନ୍ତ୍ରୀ ମନହୋର ଲାଲ ଖଟ୍ଟର ରବିବାର ଘୋଷଣା କରିଛନ୍ତି ଯେ ଆସାମ ଭଳି ହରିୟାଣାରେ ଏନଆରସି ଲାଗୁ ହେବ। ଏହା ବ୍ୟତୀତ ହରିୟାଣାରେ ଆଇନ ଆୟୋଗ ଗଠନ କରାଯିବ।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories