www.samajalive.in
Saturday, December 6, 2025
26.1 C
Bhubaneswar

ଅଗଷ୍ଟ ପାଇକାରୀ ମୁଦ୍ରାସ୍ଫୀତି ୧.୦୮%ରେ ଅପରିବର୍ତ୍ତିତ

ନୂଆଦିଲ୍ଲୀ : ଅଗଷ୍ଟ ମାସର ପାଇକାରୀ ମୁଦ୍ରାସ୍ଫୀତି ଅପରିବର୍ତ୍ତିତ ରହିଛି। ଜୁଲାଇରେ ପାଇକାରୀ ମୁଦ୍ରାସ୍ପୀତି ୧.୦୮% ଥିଲାବେଳେ ଅଗଷ୍ଟରେ ମଧ୍ୟ ଏହା ୧.୦୮% ରହିଛି। ତେବେ ୨୦୧୮ ଅଗଷ୍ଟ ମାସରେ ପାଇକାରୀ ମୁଦ୍ରାସ୍ଫୀତି ୪.୬୨% ଥିଲା।

ଖାଦ୍ୟ ପଦାର୍ଥ ଏବଂ ପନିପରିବା ଦରରେ ହ୍ରାସ ଯୋଗୁଁ ଜୁଲାଇ ମାସରେ ପାଇକାରୀ ମୁଦ୍ରାସ୍ଫୀତି ହ୍ରାସ ପାଇଁ ୧.୦୮%ରେ ପହଞ୍ଚିଥିଲା। ଏହା ପୂର୍ବରୁ ଜୁନରେ ପାଇକାରୀ ମୁଦ୍ରାସ୍ଫୀତି ୨୩ ମାସର ସର୍ବନିମ୍ନସ୍ତର ୨.୦୨%ରେ ଥିଲା। ଇନ୍ଧନ, ପନିପରିବା, ବିଦ୍ୟୁତ ସହ ଜଡିତ ସାମଗ୍ରୀଗୁଡ଼ିକର ମୂଲ୍ୟରେ ହ୍ରାସ ଯୋଗୁଁ ପାଇକାରୀ ମୁଦ୍ରାସ୍ଫୀତିରେ କ୍ରମାଗତ ତୃତୀୟ ମାସ ହ୍ରାସ ପରିଲକ୍ଷିତ ହୋଇଛଛି। ଗତ ବର୍ଷ ଜୁଲାଇରେ ପାଇକାରୀ ମୁଦ୍ରାସ୍ପୀତି ୫.୨୭% ଥିଲା।
ସୋମବାର ଜାରି ପାଇକାରୀ ମୂଲ୍ୟ ସୂଚକାଙ୍କ (ଡବ୍ଲ୍ୟୁପିଆଇ) ଅନୁସାରେ ଜୁଲାଇ ମାସର ମୁଦ୍ରାସ୍ଫୀତି ସର୍ବନିମ୍ନସ୍ତର ୧.୦୮%ରେ ପହଞ୍ଚିଥିଲା। ସୋମବାର ସରକାରଙ୍କ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଖାଦ୍ୟପଦାର୍ଥ ମୁଦ୍ରାସ୍ଫୀତି ଜୁଲାଇରେ ୬.୧୫% ଥିଲାବେଳେ ଅଗଷ୍ଟରେ ଏହା ବୃଦ୍ଧି ପାଇ ୭.୬୭%ରେ ପହଞ୍ଚିଛି। ପନିପରିବା, ପୁଷ୍ଟିସାର ଯୁକ୍ତ ପଦାର୍ଥ ଅଧିକ ମହଙ୍ଗା ହୋଇଛି। ପନିପରିବା ଦର ୧୩.୦୭% ବୃଦ୍ଧି ପାଇଛି। ପୁଷ୍ଟସାର ଯୁକ୍ତ ଖାଦ୍ୟ ପଦାର୍ଥ ଅଣ୍ଡା, ମାଂସ ଏବଂ ମାଛ ଦର ଜୁଲାଇରେ ୩.୧୬% ତୁଳନାରେ ଅଗଷ୍ଟରେ ବୃଦ୍ଧି ପାଇ ୬.୬୦%ରେ ପହଞ୍ଚିଛି। ଇନ୍ଧନ, ବିଦ୍ୟୁତ୍‍ ଦରରେ ହ୍ରାସ ଘଟିଛି।

- Advertisement -

ଜୁଲାଇ ମାସର ପାଇକାରୀ ମୁଦ୍ରାସ୍ଫୀତି ହ୍ରାସ ପାଇ ୨୫ ମାସର ସର୍ବନିମ୍ନସ୍ତରରେ ପହଞ୍ଚିଛି। ଖାଦ୍ୟ ପଦାର୍ଥ ଏବଂ ପନିପରିବା ଦର ହ୍ରାସର ସକରାତ୍ମକ ପ୍ରଭାବ ପାଇକାରୀ ମୁଦ୍ରାସ୍ଫୀତି ଉପରେ ପଡିଛି। ଏହି କ୍ରମରେ ଜୁଲାଇ ମାସର ପାଇକାରୀ ମୁଦ୍ରାସ୍ଫୀତି ହ୍ରାସ ପାଇ ୧.୦୮% ରହିଛି। ଗତ ଜୁନ ମାସରେ ପାଇକାରୀ ମୁଦ୍ରାସ୍ଫୀତି ୨.୦୨% ଥିଲା। ଏହା ପୂର୍ବରୁ ୨୦୧୮ ଜୁଲାଇ ମାସରେ ପାଇକାରୀ ମୁଦ୍ରାସ୍ଫୀତି ୫.୨୭% ଥିଲା।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories