ଡେସ୍କ: ସର୍ବ ଭାରତୀୟ ଇମାମ ସଂଗଠନର ମୁଖ୍ୟ ଇମାମ ଡଃ ଉମର ଅହମ୍ମଦ ଇଲିଆସି ରାଷ୍ଟ୍ରୀୟ ସ୍ୱୟଂ ସଙ୍ଘ ମୁଖ୍ୟ ମୋହନ ଭଗୱତଙ୍କୁ ଜାତିର ପିତା ବୋଲି କହିଛନ୍ତି। ଆଜି ଦିଲ୍ଲୀର ଏକ ମସଜିଦ ଏବଂ ମଦ୍ରାସା ପରିଦର୍ଶନ କରିବା ପରେ ଡଃ ଉମର ଅହମ୍ମଦ ଇଲିଆସି କହିଛନ୍ତି, ମୋହନ ଭଗୱତ ଜୀ ଆଜି ମୋର ନିମନ୍ତ୍ରଣ କ୍ରମେ ପରିଦର୍ଶନ କରିଛନ୍ତି। ସେ ‘ରାଷ୍ଟ୍ର ପିତା’ ଏବଂ ‘ରାଷ୍ଟ୍ର ଋଷି’। ସେ କହିଛନ୍ତି ଯେ ତାଙ୍କ ଗସ୍ତରୁ ଏକ ଭଲ ବାର୍ତ୍ତା ବାହାରକୁ ଆସିବ। ଭଗବାନଙ୍କୁ ଉପାସନା କରିବାର ଉପାୟ ଭିନ୍ନ, କିନ୍ତୁ ସବୁଠାରୁ ବଡ ଧର୍ମ ହେଉଛି ମାନବିକତା। ଆମେ ବିଶ୍ୱାସ କରୁ ଦେଶ ପ୍ରଥମେ ବୋଲି ଡଃ ଇଲିଆସି ଟ୍ୱିଟ୍ କରିଛନ୍ତି। ଆଜି କସ୍ତୁରବା ଗାନ୍ଧୀ ମାର୍ଗରେ ଏକ ମସଜିଦ ପରିଦର୍ଶନ କରିବା ପରେ ଆରଏସଏସ ମୁଖ୍ୟ ମୋହନ ଭଗୱତ ପୁରୁଣା ଦିଲ୍ଲୀର ଆଜାଦ ମାର୍କେଟ ମଦ୍ରାସା ତାଜୱିଦୁଲ କୋରାନକୁ ଯାଇ ପିଲାମାନଙ୍କ ସହ କଥାବାର୍ତ୍ତା କରିଥିଲେ ଏବଂ ପରାମର୍ଶ ମଧ୍ୟ ଦେଇଥିଲେ। ପ୍ରାୟ ଏକ ଘଣ୍ଟା ସେ ମଦ୍ରାସା ଭିତରେ ରହି ଶିକ୍ଷକ ଏବଂ ପିଲାମାନଙ୍କ ସହ କଥା ହୋଇଥିଲେ।
ଶ୍ରୀ ଭଗୱତ ମୁସଲିମ ସମ୍ପ୍ରଦାୟ ସହ ସମ୍ପର୍କ ବୃଦ୍ଧି ଅଭିଯାନରେ ନିୟୋଜିତ ଥିବା ଆରଏସଏସ ମୁଖ୍ୟ ମଧ୍ୟ ଗତ ମାସ ଅଗଷ୍ଟରେ ଅଲ ଇଣ୍ଡିଆ ଇମାମ ସଂଗଠନର ମୁଖ୍ୟ ଇମାମ ଡଃ ଉମର ଅହମ୍ମଦ ଇଲିଆସିଙ୍କ ସହ ସାକ୍ଷାତ କରିଥିଲେ। ଏହା ପୂର୍ବରୁ ସେ ଅନେକ ମୁସଲମାନ ବୁଦ୍ଧିଜୀବୀଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ।



