www.samajalive.in
Monday, December 8, 2025
14.1 C
Bhubaneswar

ଡିସେମ୍ବର ସୁଦ୍ଧା ଗଞ୍ଜାମର ସବୁ ହାଇସ୍କୁଲର ରୂପାନ୍ତର ହେବ-ମୁଖ୍ୟମନ୍ତ୍ରୀ

  • ୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ
  • ୨୦ ହଜାର ଳୋକଙ୍କୁ ଗ୍ରାମ କଣ୍ଠ ଜମି ପଟ୍ଟା ଆବଣ୍ଟନ
  • ମିଶନ ଶକ୍ତି ମା ମନଙ୍କୁ ବିନା ସୁଧରେ ଋଣ ପ୍ରଦାନ

ଭୁଵନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ଛତ୍ରପୁର, ହିଞ୍ଜିଳି, ଓ କବି ସୂର୍ୟ ନଗର ଆଦି ସ୍ଥାନରେ ୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଛତ୍ରପୁର ରେ ୧୦୦୦ କୋଟି, ହିଂଜିଲିରେ ୫୯୦ କୋଟି ଓ କବି ଶୂର୍ୟ ନଗରରେ ୩୧୬ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରା ଯାଇଥିଲା। ଆଜି ମୁଖ୍ୟମନ୍ତ୍ରୀ ଗଞ୍ଜାମରେ ପ୍ରାୟ ୨୦ ହଜାର ଲୋକଙ୍କୁ ଗ୍ରାମ କଣ୍ଠ ଜମି ପଟ୍ଟା ପ୍ରଦାନ କରିଛନ୍ତି। ଛତ୍ରପୁର ରେ ୩୫୦୦ ପଟ୍ଟା, ହିଞ୍ଜିଲରେ ୪୫୦୦ ପଟ୍ଟା ଓ କବି ସୂର୍ଯ ନଗରରେ ୧୧ ହଜାରରୁ ଅଧିକ ପଟ୍ଟା ଦିଆ ଯାଇଥିଲା।

ଏହି ସବୁ ସ୍ଥାନରେ ଉପସ୍ଥିତ ଜନ ସାଧାରଣ ଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାକୁ ରଜ୍ୟର ଏକ ଆଗୁଆ ଜିଲ୍ଲା ବୋଲି ମତ ଦେବା ସହିତ ଏହାକୁ ଦେଶର ଏକ ନମ୍ବର ଜିଲ୍ଲା କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓ ୫ଟି ସ୍କୁଲ୍ ରୂପାନ୍ତର ରାଜ୍ୟ ସରକାରଙ୍କ ଦୁଇଟି ମାଇଲ ଷ୍ଟୋନ ସଫଳତା। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ବର୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାର ୫୦ ହଜାର ଲୋକ ଚିକିତ୍ସା ସୁବିଧା ପାଇଛନ୍ତି ଓ ଏଥିପାଇଁ ରାଜ୍ୟ ସରକାର ୧୯୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ସେ କହିଥଲେ।

- Advertisement -

ସେହିପରି ୫ଟି ସ୍କୁଲ୍ ରୂପାନ୍ତର କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲାର ୬୩୦ ଟି ହାଇ ସ୍କୁଲ ମଧ୍ୟରୁ ବର୍ତମାନ ସୁଦ୍ଧା ୪୭୧ ଟି ସ୍କୁଲର ରୂପାନ୍ତର ସରିଛି ଓ ଆସନ୍ତା ଡିସେମ୍ବର ସୁଦ୍ଧା ଜିଲାର ସବୁ ସ୍କୁଲ୍ ରୂପାନ୍ତରିତ ହେବ ବୋଲି ସେ ପ୍ରତିଶୃତି ଦେଇଥିଲେ।
ରାଜ୍ୟରେ କୃଷକ ମାନଙ୍କୁ ବିନା ସୁଧରେ ଏକ ଲକ୍ଷ ଟଙ୍କାର ଋଣ ଦିଆ ଯାଉଛି ବୋଲି ମଧ୍ୟ ସେ କହିଥିଲେ। ମିଶନ ଶକ୍ତି ର ମା ମାନଙ୍କର ଉଚ୍ଚ ପ୍ରଶଂସା କରି ସେ କହିଥିଲେ ଯେ ମା ମାନେ ବହୁତ ଭଲ କାମ କରୁଛନ୍ତି ଏବଂ ରାଜ୍ୟ ସରକାର ସେମାନଙ୍କୁ ସବୁ ସହଯୋଗ ଯୋଗାଇ ଦେଉଛନ୍ତି।

ମା’ ମାନେ ଉଦ୍ୟୋଗୀ ହୁଅନ୍ତୁ ବୋଲି ସେ ଚାହାନ୍ତି ବୋଲି ପ୍ରକାଶ କରି ରାଜ୍ୟର ଏସଏଚଜି ଗୁଡ଼ିକ ଏସଏମଇ ହେବା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ବୋଲି କହିଥିଲେ। ମା’ ମାନଙ୍କୁ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ଋଣ ବିନା ସୁଧରେ ଦିଆ ଯାଉଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ଆଜି ଗଞ୍ଜାମରେ ମିଶନ ଶକ୍ତି ମା’ ମାନଙ୍କୁ ୬୧୪ କୋଟି ଟଙ୍କାର ଋଣ ଦେଇଥିଲେ। ଛତ୍ରପୁର ରେ ୧୮୦ କୋଟି, ହିଞ୍ଜିଲିରେ ୧୫୪ କୋଟି ଓ କବି ସୁର୍ୟ ନଗରରେ ୨୮୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିଲା। ମା ମାନଙ୍କର ଉନ୍ନତି ହେଲେ ଦେଶର ଉନ୍ନତି ହେବ ବୋଲି ମୁଖ୍ୟମନ୍ତ୍ରୀ କହଥିଲେ।

ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଗଞ୍ଜାମର ଆରାଧ୍ୟ ଦେବୀ ତାରା ତାରିଣୀଙ୍କୁ ସ୍ମରଣ କରି ବିଶିଷ୍ଟ ସାହିତ୍ୟ ସାଧକ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କବି ସୂର୍ଯ୍ୟ ବଳଦେବ ରଥ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ମନ୍ତ୍ରୀ ଉଷା ଦେବୀ, ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ସଂସାଦ ଚନ୍ଦ୍ରଶେଖର ସାହୁ, ସଂସାଦ ପ୍ରମିଳା ବିଶୋଇ, ଗଞ୍ଜାମ ଜିଲା ର ବିଧାୟକ ଓ ଜିଲା ପରିଷଦ ସଭାପତି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories