www.samajalive.in
Saturday, December 6, 2025
23.1 C
Bhubaneswar

ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ

ନୂଆଦିଲ୍ଲୀ:  ଛତିଶଗଡ଼ ବିଜାପୁର ଜିଲ୍ଲାରେ ସ୍ଥାନୀୟ ବିଜେପି ନେତାଙ୍କୁ  ଗୁଳି କରି ହତ୍ୟା। ବିଜାପୁରର କୋଟମେଟା ଗାଁରେ ବିଜେପି ନେତା ତଥା ଜଣେ ଠିକାଦାରଙ୍କୁ ଗୁଳିକରି ହତ୍ୟା କରିଛନ୍ତି ନକ୍ସଲ। ମୃତକ କୈଳାଶ ନାଗ ବୋଲି ଜଣାପଡିଛି। ବୁଧବାର ମାଓବାଦୀମାନେ କୈଳାଶଙ୍କୁ ଉଠାଇ ନେଇଥିଲେ। ପରେ ତାଙ୍କୁ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଥିଲା। ଠିକା କାମରେ ନିୟୋଜିତ ଜେସିବିକୁ ମଧ୍ୟ ଜାଳିଦେଇଥିଲେ। ଗତ ୧ବର୍ଷ ମଧ୍ୟରେ ନକ୍ସଲମାନେ ୮ ଜଣ ବିଜେପି ନେତାଙ୍କୁ ହତ୍ୟା କଲେଣି। ତେବେ ମାଓବାଦୀମାନେ କଣ ପାଇଁ କୈଳାଶଙ୍କୁ ହତ୍ୟା କଲେ , ସେ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନି।  ପୁଲିସ୍‌ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories