www.samajalive.in
Saturday, December 6, 2025
19.1 C
Bhubaneswar

ଖେଲୋ ଇଣ୍ଡିଆ ପଦକ ବିଜେତା ପାଇବେ ସରକାରୀ ନିଯୁକ୍ତି

ନୂଆଦିଲ୍ଲୀ: ଖେଲୋ ଇଣ୍ଡିଆ ଅନ୍ତର୍ଗତ ସମସ୍ତ ପ୍ରତିଯୋଗିତାର ପଦକ ବିଜେତା ଏଣିକି ସରକାରୀ ଚାକିରି ପାଇବାକୁ ଯୋଗ୍ୟ ବିବେଚିତ ହେବେ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର। ତାଙ୍କ ଅନୁସାରେ, କେନ୍ଦ୍ର ସରକାରଙ୍କ ଦ୍ବାରା ଆୟୋଜିତ ଖେଲୋ ଇଣ୍ଡିଆ ଅନ୍ତର୍ଗତ ଯୁବ, ବିଶ୍ବବିଦ୍ୟାଳୟ, ପାରା ଓ ଶୀତକାଳୀନ କ୍ରୀଡ଼ାରେ ପଦକ ବିଜେତା ସରକାରୀ ଚାକିରି ପାଇବାକୁ ହକ୍‌ଦାର ହେବେ। ଏଥିପାଇଁ ସରକାର ନିୟମରେ ପରିବର୍ତ୍ତନ କରିଛନ୍ତି। ଆଗକୁ ଭାରତକୁ କ୍ରୀଡ଼ା ଶକ୍ତି ଭାବେ ଗଢ଼ିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ସ୍ବପ୍ନ ଦେଖିଛନ୍ତି; ତାହା ଅନୁସାରେ ଏପରି ନିଷ୍ପତ୍ତି ନିଆଯାଇଛି। ୨୦୧୮ରେ ମୋଦୀ ସରକାର ଖେଲୋ ଇଣ୍ଡିଆ କ୍ରୀଡ଼ା ଆରମ୍ଭ କରିଥିଲେ। ଏହା ଅନ୍ତର୍ଗତ ୪ଟି କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥାଏ। ଏହାସହ କ୍ରୀଡ଼ାମନ୍ତ୍ରୀ ଠାକୁର ପ୍ରକାଶ କରିଛନ୍ତି ​ଯେ, ବିଦ୍ୟାଳୟ କ୍ରୀଡ଼ା ମହାସଂଘ (ଏସ୍‌ଜିଏଫ୍‌ଆଇ) ଦ୍ବାରା ଆୟୋଜିତ କ୍ରୀଡ଼ାରେ କୃତୀ କ୍ରୀଡ଼ାବିତ୍‌ଙ୍କୁ ମଧ୍ୟ ଚାକିରି ଦେବାର ବ୍ୟବସ୍ଥା ରହିବ। ପୁଣି ଜାତୀୟ ଓ ଅନ୍ତର୍ଜାତୀୟ ଚେସ୍ ପ୍ରତିଯୋଗିତାରେ କୃତୀ ଖେଳାଳିଙ୍କୁ ମଧ୍ୟ ସରକାରୀ ନିଯୁକ୍ତି ମିଳିବ। ଯେଉଁ କ୍ରୀଡ଼ାବିତ୍‌ ଅନ୍ତର୍ଜାତୀୟ ଓ ଜାତୀୟ ପ୍ରତିଯୋଗିତାରେ ଦେଶ କିମ୍ବା ରାଜ୍ୟର ପ୍ରତିନିଧିତ୍ବ କରିଥିବେ; ସେମାନଙ୍କୁ ମଧ୍ୟ ନିଯୁକ୍ତି ମିଳିବ। ଜୁନିୟର ଜାତୀୟ ପ୍ରତିଯୋଗିତାର କୃତୀ କ୍ରୀଡ଼ାବିତ୍‌ ମଧ୍ୟ ସରକାରୀ ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ହେବେ। ଆନ୍ତର୍ଜାତିକ ପ୍ରତିଯୋଗିତା ପାଇଁ ଜାତୀୟ କ୍ରୀଡ଼ା ମହାସଂଘର ସମ୍ପାଦକ, ଜାତୀୟ ପ୍ରତିଯୋଗିତା ପାଇଁ ରାଜ୍ୟ କ୍ରୀଡ଼ା ସଂଘର ସମ୍ପାଦକ ଏବଂ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପାଇଁ ଡିନ୍ କିମ୍ବା କ୍ରୀଡ଼ା ଅଧିକାରୀଙ୍କ ପାଖରେ ପ୍ରମାଣପତ୍ର ଦେବାର ଅଧିକାର ରହିବ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories