www.samajalive.in
Saturday, December 6, 2025
23.1 C
Bhubaneswar

ରାତ୍ରୀର୨ୟ ପ୍ରହରରେ ପ୍ରଭୁ ଧବଳେଶ୍ୱରଙ୍କ ପାଖରେ ଉଠିବ ମହାଦୀପ

ଗୁରୁଡିଝାଟିଆ : ଶୁକ୍ରବାର ପ୍ରଭୁ ଧବଳେଶ୍ୱରଙ୍କ ଜାଗର ତଥା ମହାଶିବରାତ୍ରୀ ବ୍ରତ ପାଳନ ହେବ। ପ୍ରଭୁଙ୍କ ନିକଟରେ ରାତ୍ରୀର ୨ୟ ପ୍ରହର ପୂଜା ପରେ ଅର୍ଥାତ ରାତି ୧ ଘଟିକାରୁ ୨ଘଟିକା ମଧ୍ୟରେ ମହାଦୀପ ଉଠିବ। ପ୍ରଭୁଙ୍କ ୪ପ୍ରହର ପୂଜା ଅନୁଷ୍ଠିତ ହେବ। ଭୋର ସାଢେ ୩ଟାରୁ ୪ଟା ମଧ୍ୟରେ ପହଡ ଖୋଲାଯାଇ ମଙ୍ଗଳଆଳତୀ, ୧୦୮ଗରା ସୁବାସିତ ଜଳରେ ସ୍ନାନ ପରେ ଧୂପ, ସିଙ୍କୁଡି ଭୋଗ ଓ ଅନ୍ୟାନ୍ୟ ନୀତି ସଂପନ୍ନ ହେବ ବୋଲି ଧବଳେଶ୍ୱର ପୂଜକ ସମିତିର ସଂପାଦକ ନରେନ୍ଦ୍ର କୁମାର ପଣ୍ଡା ପ୍ରକାଶ କରିଛନ୍ତି।
ପ୍ରଭୁଙ୍କ ନିକଟରେ ରାତ୍ର ଉଜାଗର ରହି ଜାଗର ଜାଳିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ପୀଠକୁ ସମାଗମ ହେବାକୁ ଥିବାରୁ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ୨ ପ୍ଲାଟୁନ ଫୋର୍ସ ,୪୦ଜଣ ପୁଲିସ ଅଧିକାରୀ ,୧ଜଣ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ,୧ଜଣ ଉପଆରକ୍ଷୀ ଅଧିକ୍ଷକ, ୬ଜଣ ପୁଲିସ ନିରୀକ୍ଷକ ସହିତ କନଷ୍ଟେବଳ, ଗୃହରକ୍ଷୀ ମୁତୟନ ହେବେ। ଆଗନ୍ତୁକ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ନିରାପତ୍ତାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇ ଶାନ୍ତି ଶୃଙ୍ଖଳାର ସହିତ ଶ୍ରଦ୍ଧାଳୁମାନଙ୍କୁ ପ୍ରଭୁଙ୍କ ଜାଗର ଜାଳିବା ପରେ ପୀଠରୁ ପ୍ରତ୍ୟାବର୍ତ୍ତନ କରାଇବା ଆମର ଦାୟିତ୍ୱ ବୋଲି ଗ୍ରାମାଞ୍ଚଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା ‘ସମାଜ’କୁ କହିଛନ୍ତି। ମହାଦୀପ ଉଠିବା ପରେ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ପ୍ରଭୁଙ୍କ ନିକଟର ଲାଗି କରାଯାଇଥିବା ମାଣ୍ଡୁଅ ଭୋଗ ଅର୍ପଣ କରାଯିବ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories