www.samajalive.in
Saturday, December 6, 2025
26.1 C
Bhubaneswar

ମୋଦୀଙ୍କ ରାଲିରେ ପାକିସ୍ତାନର ଷଡଯନ୍ତ୍ର, କାଶ୍ମୀରବାସୀଙ୍କୁ ଆସୁଛି ଧମକପୂର୍ଣ୍ଣ ଫୋନ୍‍

ନୂଆଦିଲ୍ଲୀ: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁ-କାଶ୍ମୀର ଗସ୍ତରେ ଅଛନ୍ତି। ଏହି ସମୟରେ କାଶ୍ମୀରକୁ ୬୪୦୦କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପ ଭେଟି ଦେବେ। ଏହାସହିତ ୧ହଜାର ଯୁବକ ପ୍ରଧାନମନ୍ତ୍ରୀଙ୍କ ଠାରୁ ନିଯୁକ୍ତି ପତ୍ର ପାଇବେ। ଖାଲିସେତିକି ନୁହେଁ ଶ୍ରୀନଗୀୀ ବକ୍ସି ଷ୍ଟାଡିୟମରେ ଏକ ସାଧାରଣ ସଭାରେ ଜନସାଧାଣଙ୍କୁ ସମ୍ବୋଧନ କରିବେ। କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ପ୍ରଧାନମନ୍ତ୍ରୀଙ୍କ ଏହା ହେଉଛି ପ୍ରଥମ ଗସ୍ତ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ୨୦୧୯ ଲୋକସଭା ନିର୍ବାଚନ ବେଳେ ପ୍ରଚାର କରିବାକୁ ଜାମ୍ମୁ-କାଶ୍ମୀର ଯାଇଥିଲେ। ମୋଦୀଙ୍କ ଗସ୍ତ ପାଇଁ ଶ୍ରୀନଗରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ କୋଣ ଅନୁକୋଣରେ ପୁଲିସ ନିୟୋଜିତ ହେବା ସହିତ କଡା ଚେକିଂ କରାଯାଉଛି। ମୋଦୀଙ୍କ ସମାବେଶରେ ୨ଲକ୍ଷରୁ ଅଧିକ ଲୋକ ଯୋଗ ଦେବେ ବୋଲି ବିଜେପି ପକ୍ଷରୁ କୁହାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶ୍ରୀନଗର ସମାବେଶରେ ପାକିସ୍ତାନ ଷଡଯନ୍ତ୍ର କରିଥିବା ସୂଚନା ମିଳିଛି। ପାକ୍‍ ଗୁପ୍ତଚର ଏଜେନ୍ସି ଆଇଏସଆଇ ଷଡଯନ୍ତ୍ର କରିଛି। କାଶ୍ମୀରବାସୀଙ୍କୁ ଏକ ଅଜଣା ନଂରୁ କଲ ଆସିବା ମୋଦୀଙ୍କ ରାଲିରେ ଯୋଗ ନଦେବାକୁ ଧମକ ଦିଆଯାଇଛି। ତଦନ୍ତ ପରେ ଜଣାପଡିଛି ୪୪ ନଂରୁ ଧମକପୂର୍ଣ୍ଣ କଲ ଆସୁଛି। ଆତଙ୍କବାଦୀଙ୍କ ଷଡଯନ୍ତ୍ରକୁ ପାକିସ୍ତାନ ସମର୍ଥନ କରୁଥିବା ଅଭିଯୋଗ ହୋଇଛି। ଘଟଣାର ତଦନ୍ତ ଜାରି ରହିଛି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories