www.samajalive.in
Saturday, December 6, 2025
26.1 C
Bhubaneswar

ସେନା ଯବାନଙ୍କ ସହ ଅଭ୍ୟାସ କରିବେ ପାକିସ୍ତାନ କ୍ରିକେଟର୍‌

ଇସଲାମାବାଦ୍‌: ସେନା ଯବାନଙ୍କ ସହ ପାକିସ୍ତାନ କ୍ରିକେଟ ଦଳର ଖେଳାଳିମାନେ ଶାରୀରିକ ଅଭ୍ୟାସ କରିବେ। କ୍ରିକେଟର୍‌ଙ୍କ ଫିଟନେସ୍‌ରେ ଉନ୍ନତି ଆଣିବା ପାଇଁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ(ପିସିବି) ଅଧ୍ୟକ୍ଷ ମୋହସିନ ନକ୍‌ଭି ଏହି ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨୫ରୁ ଏପ୍ରିଲ ୮ ପର୍ଯ୍ୟନ୍ତ ପାକିସ୍ତାନ କ୍ରିକେଟର୍‌ମାନେ ସେନା ଏକାଡେମୀରେ ରହି ଯବାନଙ୍କ ସହ ଶାରୀରିକ ଅଭ୍ୟାସ କରିବେ। ଇସଲାମାବାଦ୍‌ର ଏକ ହୋଟେଲରେ ନକ୍‌ଭି କେତେଜଣ ପାକିସ୍ତାନ କ୍ରିକେଟର୍‌ଙ୍କ ସହ ଆଲୋଚନା କରିଥିଲେ। ପାକିସ୍ତାନ ସୁପର ଲିଗ୍‌ରେ ଖେଳୁଥିବା କ୍ରିକେଟର୍‌ଙ୍କ ଫିଟନେସ୍‌ ଭଲ ନ ଥିବା ସେ ଅନୁଭବ କରିଥିଲେ। କ୍ରିକେଟର୍‌ଙ୍କ ଫିଟନେସ୍‌ରେ ଉନ୍ନତି ଆଣିବାକୁ ସେନା ଯବାନଙ୍କ ସହ ଶାରୀରିକ ଅଭ୍ୟାସ କରିବା ଠିକ୍‌ ହେବ ବୋଲି ନକ୍‌ଭି ନିଷ୍ପତ୍ତି ନେଇଥିଲେ। ଆଗାମୀଦିନରେ ପାକିସ୍ତାନ ଦଳ ନ୍ୟୁଜିଲାଣ୍ଡ, ଆୟରଲାଣ୍ଡ ଓ ଇଂଲଣ୍ଡ ବିପକ୍ଷରେ ଶୃଙ୍ଖଳା ଖେଳିବ। ଏହାବାଦ୍‌ ଏହି ଦଳ ଟି୨୦ ବିଶ୍ବକପ୍‌ରେ ଭାଗ ନେବ। ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ କ୍ରିକେଟର୍‌ଙ୍କ ଫିଟନେସ୍‌ରେ ଉନ୍ନତମାନର ହେବା ଉଚିତ୍‌ ବୋଲି ନକ୍‌ଭି କହିଛନ୍ତି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories