ନୂଆଦିଲ୍ଲୀ: ଅଭିଜ୍ଞ ଅଫ୍ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଗୁରୁବାର ଇଂଲଣ୍ଡ ବିପକ୍ଷରେ ଜୀବନର ୧୦୦ତମ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛନ୍ତି। ତେବେ ପୂର୍ବତନ ଭାରତୀୟ ସ୍ପିନର ଲକ୍ଷ୍ମଣ ଶିବରାମକ୍ରିଷ୍ଣନ ଏହି ଅଭିଜ୍ଞ ସ୍ପିନରଙ୍କ ଆଚରଣକୁ ନେଇ ଖୁସି ନାହାନ୍ତି। ସାମାଜିକ ଗଣମାଧ୍ୟମରେ ସେ ଲେଖିଛନ୍ତି, ମୁଁ ତାଙ୍କର ୧୦୦ତମ ଟେଷ୍ଟ ପୂର୍ବରୁ ଅଭିନନ୍ଦନ ଜଣାଇବା ପାଇଁ ଅଶ୍ବିନଙ୍କୁ ଅନେକଥର ଫୋନ କରିଥିଲି। ସେ ମୋ’ ଫୋନକୁ କାଟି ଦେଇଥିଲେ। ତାଙ୍କୁ ଏକ ବାର୍ତ୍ତା ମଧ୍ୟ ପଠାଇଥିଲି। ଏହାର ମଧ୍ୟ କୌଣସି ଉତ୍ତର ମିିଳିଲା ନାହିଁ। ଏହା ହେଉଛି ପୂର୍ବତନ କ୍ରିକେଟରଙ୍କ ପ୍ରତି ସମ୍ମାନ ବୋଲି ଶିବରାମକୃଷ୍ଣନ୍ ଲେଖିଛନ୍ତି। ପୂର୍ବରୁ ଅଶ୍ବିନଙ୍କୁ ଶିବରାମକୃଷ୍ଣନ୍ ଅନେକଥର ସମାଲୋଚନା କରିଛନ୍ତି। କିନ୍ତୁ ଅଶ୍ବିନ ଏହାର କୌଣସି ଉତ୍ତର ଦେଇନଥିଲେ।
Popular Categories



