www.samajalive.in
Monday, December 15, 2025
27.1 C
Bhubaneswar

ଛତ୍ରପୁର ଥାନାଧିକାରୀ ନିଲମ୍ବିତ

ଛତ୍ରପୁର: କାର୍ଯ୍ୟରେ ଅବହେଳା ଅଭିଯୋଗ ଗଞ୍ଜାମ ଜିଲା ଛତ୍ରପୁର ଥାନାଧିକାରୀ ଦେବାଶିଷ ମହାନ୍ତିଙ୍କୁ ମହଙ୍ଗା ପଡିଛି। ତାଙ୍କୁ ଓଡିଶା ରାଜ୍ୟ ପୁଲିସ ମହାନିର୍ଦେଶକ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ନିଲମ୍ବନ ସମୟରେ ସେ ବ୍ରହ୍ମପୁର ଆଇଜିଙ୍କ କାର୍ଯ୍ୟାଳୟରେ ଉପସ୍ଥାନ ଦେବେ। ସେହି ଥାନାର ସେକେଣ୍ଡ ଅଫିସର ବିଶ୍ୱଜିତ ନାୟକଙ୍କୁ ଛତ୍ରପୁର ଥାନାର ଦାୟିତ୍ୱ ଦିଆଯାଇଛି l ସୂଚନାନୁଯାୟୀ, ଦେବାଶିଷ ମହାନ୍ତି ଚଳିତ ବର୍ଷ ଫେବୃଆରୀ ୨୪ ତାରିଖରେ ଛତ୍ରପୁର ଥାନା ଅଧିକାରୀ ଭାବେ ଦାୟିତ୍ୱ ନେଇଥିଲେ l ଏହା ପୂର୍ବରୁ ସେ ପୁରୀ ଜିଲା ଡ଼େଲାଙ୍ଗର ଥାନା ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ହେଲେ ଛତ୍ରପୁର ଥାନାରେ ମାତ୍ର ୫ ମାସ ୨୦ ଦିନ କାମ କଲା ପରେ କାର୍ଯ୍ୟରେ ଅବହେଳା ନେଇ ତାଙ୍କୁ ନିଲମ୍ବନ କରାଯାଇଛି l

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories