ଭୁବନେଶ୍ୱର: ରାଜ୍ୟର ୭ ଜିଲାରେ ୧୨ଟି ନୂଆ ବିଜ୍ଞପିତ ଅଞ୍ଚଳ ପରିଷଦ (ଏନ୍ଏସି) ଗଠନ କରାଯିବ। ଏ ନେଇ ଶନିବାର ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ ଅନୁଗୋଳ ଜିଲାର ପାଲଲହଡ଼ା, ସୁବର୍ଣ୍ଣପୁରର ବୀରମହାରାଜପୁର, ରାୟଗଡ଼ାର ବିଷମକଟକକୁ ଏନ୍ଏସି କରିବା ଲାଗି ପ୍ରସ୍ତାବ ରହିଛି। ସେହିପରି ବାଲେଶ୍ବରର ସିମୁଳିଆ, ବସ୍ତା, ମୟୂରଭଞ୍ଜର ବେତନଟୀ, ବାଙ୍ଗିରିପୋଷି ଓ ଚିତ୍ରଡ଼ା, ସମ୍ବଲପୁରର ବାମରା ଓ ରେଙ୍ଗାଲି, ଭଦ୍ରକର ତିହିଡ଼ି ଓ ଧୁଷୁରିକୁ ଏନ୍ଏସି ଘୋଷଣା କରାଯିବ।
Popular Categories



