ଛତିଆ: ଯାଜପୁର ଜିଲାର ବଡଚଣା ବ୍ଲକର ଛତିଆ ପଞ୍ଚାୟତ ଅଧିନସ୍ଥ ଇଚ୍ଛାନଗରପାଟଣା ସ୍ଥିତ ମା’ ସାରଳାଙ୍କ ପୀଠରେ ଅଷ୍ଟପ୍ରହରୀ ନାମଯଜ୍ଞ ସମ୍ପନ୍ନ ହୋଇ ଯାଇଛି। ମଙ୍ଗଳବାର କଳସାଧିବେଶ ପରେ ବୁଧବାର ପ୍ରତ୍ୟୁଷରୁ ରାଧାକୃଷ୍ଣଙ୍କ ସହିତ ନିତାଇ ଗୌରଙ୍କ ପୂଜା ଯଥା ରିତିନୀତି ହେବା ପରେ ଆରମ୍ଭ ହୋଇଥିଲା। ଏଥିରେ ୮ ପଞ୍ଝା କୀର୍ତ୍ତନ ମଣ୍ଡଳୀ ଯୋଗଦେଇ ବିଭିନ୍ନ ଶୈଳୀରେ ନାମ କରିଥିଲେ।
ଆଖପାଖ ଅଞ୍ଚଳର ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଗୁରୁବାର ବୈଠକିରେ ବିଭିନ୍ନ ସଂକୀର୍ତ୍ତନ ସହିତ ନଗର ପରିକ୍ରମା କରାଯାଇ ଦଧିଭାଣ୍ଡ ଭଙ୍ଗନ କରାଯାଇଥିଲା। ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। କୁଞ୍ଜକୁ ସୁନ୍ଦର ଭାବେ ସଜ୍ଜା ଯାଇଥିଲା। କମିଟିର ବରିଷ୍ଠ ମୁରବୀଙ୍କ ପରାମର୍ଶ କ୍ରମେ ଉତ୍ସାହୀ ଯୁବକଙ୍କ ଦ୍ବାରା ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା। କର୍ତ୍ତା ଭାବେ ହେମନ୍ତ ବାଈ ଓ ପୂଜକ ଭାବେ ବୈଷ୍ଣବ ଶ୍ରୀ ଅମର ଦାସଙ୍କ ଦ୍ଵାରା ସମସ୍ତ ନୀତି ସମ୍ପନ୍ନ ହୋଇଥିଲା।



