www.samajalive.in
Thursday, December 11, 2025
26.1 C
Bhubaneswar

ଅପହରଣ ଓ ବେଆଇନ ଅଟକ ମାମଲାରେ ଯୁବକଙ୍କୁ ଜେଲ୍

ଫୁଲବାଣୀ: ଗୋଛାପଡା ଥାନା ଅନ୍ତର୍ଗତ ସଲାଗୁଡା ଗ୍ରାମର ପ୍ରଶାନ୍ତ କୁମାର ମହାକୁଡ଼ ନାମକ ଜଣେ ଯୁବକ ଜଣେ ଯୁବତୀଙ୍କୁ ତାଙ୍କ ଘର ଲୋକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଅପହରଣ କରି ନେଇଥିଲେ ଓ ତାଙ୍କ ଘରେ ଦୁଇମାସ ପର୍ଯ୍ୟନ୍ତ ଅଟକ ରଖି ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଥିଲେ ମଧ୍ୟ ପରେ ତାଙ୍କୁ ବିବାହ ନ କରି ଛାଡ଼ି ଦେଇଥିଲେ। ଯୁବତୀ ଜଣକ କିଛି ଦିନ ଅପେକ୍ଷା କରିଥିଲେ ମଧ୍ୟ ଯୁବକ ଫେରିନଥିଲେ । ଯୁବତୀ ଜଣଙ୍କ ମାର୍ଚ୍ଚ ୧୧ରେ ଫିରିଙ୍ଗିଆ ଥାନାରେ ଏତଲା ଦାୟର କରିବା ପରେ ମାମଲା ରୁଜ୍ଜୁ ହୋଇଥିଲା।

ଯୁବତୀଙ୍କ ଅଭିଯୋଗ ଆଧାରରେ ପୁଲିସ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଏହି ଘଟଣାର ବିଚାର କରି ସ୍ଥାନୀୟ ଫାଷ୍ଟ ଟ୍ରାକ କୋର୍ଟ ଦୋଷୀ ଯୁବକଙ୍କୁ ଦଫା ୩୬୬/ ୩୪୪ରେ ଦଣ୍ଡିତ କରିଛନ୍ତି। ଦଫା ୩୬୬ରେ ୩ ବର୍ଷ ଜେଲଦଣ୍ଡ ସହ ଦଶ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ତିନି ମାସ ଜେଲଦଣ୍ଡ ଏବଂ ଦଫା ୩୪୪ରେ ଏକବର୍ଷ ଜେଲଦଣ୍ଡ ସହିତ ପାଞ୍ଚ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଏକମାସ ଜେଲଦଣ୍ଡ ଶୁଣାଇଛନ୍ତି।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories